ରଜରେ ରଶି ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ଯାଜପୁର: ରଜରେ ଝିଅମାନେ ନୂଆ ଲୁଗା ପିନ୍ଧି ସାଙ୍ଗ ସାଥୀ ଗହଣରେ ରଜମଉଜ କରୁଥିବା ବେଳେ ବିଂଝାରପୁର ଥାନା ଅନ୍ତର୍ଗତ ଓଳେଇଚନ୍ଦନପୁର ଗ୍ରାମର ଜଣେ ଯୁବତୀ ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଛି।

ସୂଚନା ଅନୁସାରେ ଓଳେଇଚନ୍ଦନପୁର ଗ୍ରାମର ଉପେନ୍ଦ୍ର ରାଉଳଙ୍କ ଝିଅ ଶୁଭାସିନୀ ଶୁକ୍ରବାର ସକାଳୁ ଗାଧୋଇ ସାରି ଘରକାମ କରିଥିଲା। କିନ୍ତୁ ଦିନ ୧୦ଟାରେ ତାଙ୍କ ମା’ ଘର ନିକଟରେ ଥିବା ନିଜ ଦୋକାନକୁ ଯାଇଥିବା ବେଳେ ବାପା ଗୁରୁବାର ରାତିରେ କାମ କରି ଆସି ଅନ୍ୟ ଘରେ ଶୋଇଥିଲେ।

ଶୁଭାସିନୀଙ୍କ ଦୁଇ ଭାଇ ରଜ ପାଇଁ ବାହାରକୁ ବୁଲିବାକୁ ଯାଇଥିବା ବେଳେ ଗୋଟିଏ ଘରେ ଶୁଭାସିନୀ ନିଜର ପିନ୍ଧା ଓଢ଼ଣୀକୁ ନେଇ ବେକରେ ରଶି ଲଗାଇ ଦେଇଥିଲା। ପରେ ପରିବାର ଲୋକ ଦେଖି ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ବିଂଝାରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଯୁବତୀଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର