ଯଖପୁରା, : କଳିଙ୍ଗନଗର ଶିଳ୍ପାଞ୍ଚଳ ଭିସାଷ୍ଟିଲ କାରଖାନା ନିକଟ ବିଜୁ ପଟ୍ଟନାୟକ ମାର୍ଗରୁ ଏକ ଚିପ୍ସ ବୋଝେଇ ହାଇଵା ଗାଡ଼ିକୁ ଚୋରି କରିଥିବା ଘଟଣାରେ ଯଖପୁରା ପୁଲିସ ଆଉ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ପ୍ଲାଣ୍ଟ୍ ସାଇଟ ଥାନା ଅନ୍ତର୍ଗତ ସରଫରାଦ ଅହମ୍ମଦ (୪୬), ପ୍ରେମ ସି˚ହ (୪୮), କଟକ ଜିଲ୍ଲା ଦରଘାବଜାର ଥାନା ଅଞ୍ଚଳର ସେଖ ଜାନି (୪୧), ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳର ଅସିତ କୁମାର ବାନାର୍ଜୀ (୬୪), ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅଞ୍ଚଳର ରାଜ କିଶୋର ପରିଡ଼ା (୪୧)। ଯଖପୁରା ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ମାଚ ୧୯ ତାରିଖରେ ଜେନାପୁର ଥାନା ଅନ୍ତର୍ଗତ ରଗଡ଼ିପଶି ଗ୍ରାମର ସର୍ମିଳା ପରିଡ଼ାଙ୍କ ଏକ ଟାଟା ହାଇଵା (ଓଡି.୦୪ଏଚ୍.୫୪୬୪) ଗାଡ଼ିକୁ ୫ ଜଣ ଚୋରି କରି ନେଇ ସୁନ୍ଦରଗଡ଼ ଜିଲ୍ଲାର ଏକ ଜଙ୍ଗଲରେ ଗିରଫ ଅଭିଯୁକ୍ତମାନଙ୍କୁ ୬ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ। ୫ ଜଣଙ୍କ ମଧୢରୁ ଗୌତମ ଜେନା, ସାଗର ଜେନା, ମିଲୁ ପାତ୍ର, ବିଷ୍ଣୁ ମଲିକ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ସେମାନଙ୍କର ଅନ୍ୟ ଜଣେ ସହଯୋଗୀ ଫେରର ଅଛି।
ହାଇଵା ଚୋରି ଘଟଣା: ଆଉ ୫ ଗିରଫ
/sambad/media/post_attachments/wp-content/uploads/2018/10/jaj12a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)