ଦଶରଥପୁର (ଚନ୍ଦ୍ର ଶେଖର ସାହୁ): ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପାଲଟପୁର ପଞ୍ଚାୟତକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯିବ। ଏଥିରେ ସମସ୍ତଙ୍କ ଘରକୁ ଟ୍ୟାପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦିଆଯିବ। ଏହା ସହିତ ପଞ୍ଚାୟତରେ ଏହି ପାଣି ବ୍ୟବହାର କରୁଥିବାରୁ ଆହୁରି କେତେ ଲୋକ ଆକ୍ରାନ୍ତ ହେବା ସମ୍ଭାବନା ଦୃଷ୍ଟିରେ ରଖି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ଦିଆଯିବ ପ୍ରାଧାନ୍ୟ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ଆମ୍ବର କୁମାର କର ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା ପରେ ବିଭିନ୍ନ ବିଭଗକୁ କଡା ନିର୍ଦେଶ ଦେଇଛନ୍ତି। ଏଣୁ ବିଭିନ୍ନ ବିଭାଗ ପକ୍ଷରୁ ଖୁବ ଜୋର ସୋର ଭାବେ କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।  

Advertisment

ଆଜି ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ରମେଶ ଚନ୍ଦ୍ର ମଲିକ, ଜ୍ୟୋତିରଞ୍ଜନ ରାଉତ, ଦୀପକ କୁମାର ସାହୁ, ଦୋଳ ଗୋବିନ୍ଦ ପଣ୍ଡା, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଅମ୍ରିତା ପ୍ରିତମ ମଲ୍ଲ, ସିଏଚଓ ଜିନା ମଲିକ, ସ୍ଥାନୀୟ ଆଶା, ଅଙ୍ଗନବାଡିକର୍ମୀ ପ୍ରମୁଖ ପଞ୍ଚାୟତରେ କ୍ୟାନ୍ସର ଓ କିଡ୍‌ନିରେ ମୃତକ ପରିବାର ଏବଂ ଚିକିତ୍ସାରତ ରୋଗୀଙ୍କୁ ଭେଟି ରୋଗ ସମ୍ପର୍କରେ ପଚାରି ବୁଝିଥିଲେ। ସମସ୍ତଙ୍କର ତଦନ୍ତ ହେବା ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ଏହାପରେ ନିଷ୍ପତି ନିଆଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ନୀଳକଣ୍ଠପୁର ଏବଂ ସାଠିବାଟି ଠାରେ ୨୦୧୯ରୁ ୨ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇ ପଡ଼ି ରହିଥିବାବେଳେ କୌଣସି କାର୍ଯ୍ୟକାରୀ ହେଉନଥିଲା। ବର୍ତମାନ ୨ଟି ପ୍ରକଳ୍ପରେ ଗାଁ ରାସ୍ତାରେ ପାଣି ପାଇପ ପକାଯାଉଥିବା ବେଳେ ଘରକୁ ଟ୍ୟାପ ମଧ୍ୟ ସାଂଯୋଗ ଆରମ୍ଭ ହୋଇଛି। ମେଗା ଠିକା ସଂସ୍ଥା ୨୦୨୧ରୁ କେବଳ ଓଭର ହେଡ଼ ପାଣି ଟାଙ୍କି ନିର୍ମାଣ କରି ଚାଲିଯାଇଥିଲା। ବର୍ତମାନ ବିଦ୍ୟୁତ ଟ୍ରାନ୍ସଫରମର ଲଗାଯିବା, ୨ଟି ବୋରିଂ ଘର ନିର୍ମାଣ ଚାଲିଛି।

ଆଜି ଓଭରହେଡ଼ ଟାଙ୍କି ନିକଟରେ ବାସଯାଇଥିବା ୨ଟି ବୋରିଂରୁ ପାଣି ବାହାର କରାଯାଇଛି। ଉକ୍ତ ପାଣିକୁ ପରୀକ୍ଷା ପାଇଁ ଲାବ୍ରୋଟାରି ପଠାଯାଇଛି। କାର୍ଯ୍ୟର ତଦାରଖ ପାଇଁ ପାନୀୟ ଜଳ ବିଭଗ ଏସଇ ରୋପ୍ୟ ରଞ୍ଜନ ସାହୁ, ଏସଡିଓ ନିରଞ୍ଜନ ବେହେରା, ଜେଇ ସ୍ବର୍ଣ୍ଣ ଲତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ପାଣି ପାଇଁ ଦୀର୍ଘ ୬ ବର୍ଷ ହେବ ଲଢେ଼ଇ ଜାରି ରହିଥିବା ସମସ୍ତ ଦସ୍ତାବିଜ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ପଞ୍ଚାୟତର ୧୨ ୱାର୍ଡର ୯ ହଜର ଲୋକଙ୍କୁ ଟ୍ୟାପ ଯୋଗେ ସ୍ୱଚ୍ଛ ପାନୀୟ  ଜଳ ଯୋଗାଣ, ସମସ୍ତଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଆବଶ୍ୟକ ସ୍ଥଳେ ନଳକୂପ ଖନନ, କ୍ୟାନ୍ସର ଓ କୀଡୀନି ରୋଗରେ ମୃତକ ପରିବାର ଏବଂ ପୀଡିତ ପରିବାରକୁ ସହାୟତା ଦାବୀ କରିଛନ୍ତି  ସରପଞ୍ଚ ଲିପିକା ମଲିକ। ଯଦି ଏକ ମାସ ମଧ୍ୟରେ ଏହା କାର୍ଯ୍ୟକାରୀ କରାନଯାଏ ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁନଶ୍ଚ ଧାରଣାରେ ବସିବାକୁ ସୂଚନା ଦେଇଛନ୍ତି। ଏହାରି ଭିତରେ ପୁଣି ଆସିଛି ନଳକୂପରୁ ଯାଇଥିବା ନମୁନାର ପରୀକ୍ଷା ରିପୋଟ। ଯାହାକି ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଦେବା ଭଳି।  ପଞ୍ଚାୟତରୁ ମୋଟ ୮୨୭ ନମୁନା ମଧ୍ୟରୁ ଏଯାବତ ୩୬୦ ନଳକୂପ ରିପୋଟ ଆସିଛି। ଯେଉଁଥିରେ ୧୯୧ ଟି ନଳକୂପରୁ  ଲିଡ଼, କ୍ୟାଡ଼ମିୟମ, ଆସେନିକ, ମାଙ୍ଗାନିଜ, ଆଇରନ ଭଳି ବିଷାକ୍ତ ନମୁନା ରହିଛି।  ଯାହାକି ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଛି।