ଯାଜପୁରରେ ସ୍ବାଧୀନତା ଦିବସ ପାଳନ ଅବସରରେ କରୋନା ଯୋଦ୍ଧାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଲେ ଗଣଶିକ୍ଷା ମନ୍ତ୍ରୀ

କନ୍ଧମାଳରେ ଅଭିବାଦନ ଗ୍ରହଣ କରିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଯାଜପୁର: ଆଜି ଦେଶ ପାଳନ କରୁଛି ୭୪ତମ ସ୍ୱାଧୀନତା ଦିବସ । ଆଜି ସାରା ଭାରତ ବର୍ଷରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଯାଜପୁର ଜିଲ୍ଲାରେ ସକାଳ ସାଢେ ୭ଟାରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଯାଜପୁରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା । ଉତ୍ତୋଳନ ସମୟରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିରି ପ୍ରସାଦ ମହାନ୍ତି, ଜିଲ୍ଲା ସୂଚନା ଅଧିକାରୀ ସନ୍ତୋଷ କୁମାର ସେଠୀ ଏବଂ ଜିଲ୍ଲାର ସମସ୍ତ ଅଧିକାରୀ ଯୋଗଦାନ ଦେଇଥିଲେ ।

ସେହିପରି ଯାଜପୁର ହକି ଷ୍ଟାଡିଅମରେ ଜିଲ୍ଲାସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଶ୍ରୀ ଦାଶ ଜିଲ୍ଲାବାସୀଙ୍କୁ ଅଭିଭାଷଣ ଦେବା ସହ କରୋନା ଯୋଦ୍ଧାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସାମାଜିକ ଦୂରତାକୁ ଗୁରୁତ୍ବ ଦେଇ ଏହି ଉତ୍ସବ ପାଳନ କରାଯାଇଛି।

ଅପରପକ୍ଷରେ କନ୍ଧମାଳରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ଜିଲ୍ଲାର କରାେନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରିଛନ୍ତି।

ସମ୍ବନ୍ଧିତ ଖବର