ଯାଜପୁର: ଫ୍ଲାଏଓଭର୍‌ ବ୍ରିଜ୍‌ ନିର୍ମାଣ ଦାବି କରି ରାଜପଥ ଅବରୋଧ

ଯାଜପୁର: ଧର୍ମଶାଳା ଥାନା ଅଞ୍ଚଳ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଜାରକା ଛକ ଠାରେ ଗୋଟାଏ ଫ୍ଲାଏଓଭର୍‌ ବ୍ରିଜ୍‌ ନିର୍ମାଣ ଲାଗି ଦାବି କରି ଗୁରୁବାର ଦିନ ବଜାର ବନ୍ଦ ରଖାଯିବା ସହ ରାସ୍ତା ଅବରୋଧ କରାଯାଇଛି।

ସମ୍ପୃକ୍ତ ଛକରେ ଥରକୁ ଥର ଦୁର୍ଘଟଣା ଘଟୁଥିବାରୁ ସେଠାରେ ଫ୍ଲାଏଓଭର୍‌ ବ୍ରିଜ୍‌ ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲା। ସେଠାରେ ବ୍ରିଜ୍‌ ନିର୍ମାଣ କରିବା ନିମନ୍ତେ ସୁବିଧା ନ ଥିବାରୁ ତାହା ଅନ୍ୟତ୍ର ନିର୍ମାଣ କରିବାକୁ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା କଥା ଜଣାପଡ଼ିବା ପରେ ଆଜି ସକାଳ ୧୦ଟା ପରେ ରାଜପଥ ଅବରୋଧ କରାଯାଇଛି। ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।

ଧାରଣାସ୍ଥଳରେ ଧର୍ମଶାଳା ପୁଲିସ ପହଞ୍ଚି ବୁଝାଶୁଝା କରାଉଛି, କିନ୍ତୁ ଆନ୍ଦୋଳନକାରୀମାନେ ଜିଲ୍ଲାପାଳ ଓ ରାଜପଥ କର୍ତ୍ତୃପକ୍ଷଙ୍କୁ ଘଟଣାସ୍ଥଳକୁ ଡକାଇବାକୁ କହୁଛନ୍ତି।

ସମ୍ବନ୍ଧିତ ଖବର