ଯାଜପୁର: ଖରସ୍ରୋତାରେ ପୁଣି ୨ ଜଣ ନାବାଳକ ନିଖୋଜ

ଯାଜପୁର: ବିଂଝାରପୁର ଯଜ୍ଞ ପଡିଆ ନିକଟ ଖରସ୍ରୋତାରେ ବୁଧବାର ଭଉଣୀକୁ ବଞ୍ଚାଇବାକୁ ଯାଇ ଭାଇ ନିଖୋଜ ହେବା ଘଟଣା ୨୪ ଘଣ୍ଟା ହୋଇ ନଥିବା ବେଳେ ଗୁରୁବାର ଆଉ ଏକ ଲୋମହର୍ଶ ଘଟଣା ବିଂଝାରପୁର ବାସୀଙ୍କୁ ସ୍ତବ୍ଧ କରିଦେଇଛି। ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ବାଙ୍କିପାଳ ନିକଟ ଖରସ୍ରୋତାରେ ଆଜି ୨ ଜଣ ନାବାଳକ ନିଖୋଜ ଘତଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନିଖୋଜ ଥିବା ନାବାଳକ ଦ୍ୱୟ ହେଲେ ସ୍ମୃତିରଂଜନ ସ୍ୱାଇଁ(୧୫) ସୋମନାଥ ବାରିକ(୧୫)।

ସୂଚନାଯୋଗ୍ୟ ଖରସ୍ରୋତ ନଦୀରେ କପାସି ଗାଁରେ ଉପେନ୍ଦ୍ର ଜେନାଙ୍କ ପୁଅ ଛବି ଜେନା(୧୪) ଓ ହେମନ୍ତ ଜେନା(୨୨) ବୁଧବାର ଅପରାହ୍ନରେ ଯଜ୍ଞପଡ଼ିଆ ଗାଁରେ ଚାଲିଥିବା ଯାଦୁ ଦେଖିବାକୁ ଯାଇଥିଲେ। ଛବି ମାନସିକ ରୋଗୀ ଥିବାରୁ ତା’ର ସ୍ୱାସ୍ଥ୍ୟ ପରାମର୍ଶ କରିବା ଲାଗି ଭାଇ-ଭଉଣୀ ସେଠାକୁ ଯାଇଥିଲେ।

ଫେରିବା ବାଟରେ ଛବି ଚଳନ୍ତା ଅଟୋରୁ ଖରସ୍ରୋତା ନଦୀକୁ ଡେଇଁ ପଡ଼ିଥିଲା। ଛବି ଯେତେବେଳେ ନଦୀକୁ ଡେଇଁ ଥିଲା, ସେହି ସମୟରେ ଅଟୋଟି ନଦୀବନ୍ଧ ଦେଇ ଯାଉଥିଲା। ଭଉଣୀ ନଦୀକୁ ଡେଇଁବା ପରେ ହେମନ୍ତ କିଛି ନ ବୁଝି ବିଚାରି ଯଥାଶୀଘ୍ର ପାଣିକୁ ଡେଇଁ ପଡ଼ି ଥିଲା। ପରେ ସ୍ଥାନୀୟ ଲୋକେ ଛବିକୁ ପାଣିରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ନଦୀର ଜଳ ସ୍ରୋତ ପ୍ରଖର ଥିବାରୁ କିଛି କ୍ଷଣ ଭିତରେ ଉପେନ୍ଦ୍ର କୁଆଡେ ଭାସିଯାଇଥିଲା, ପତ୍ତା ମିଳି ନ ଥିଲା। ଏହି ଘଟଣାକୁ ନେଇ ବିଂଝାରପୁରରେ ଦୁଖର ଛାୟା ଖେଳିଯାଇଥିଲା।

ସମ୍ବନ୍ଧିତ ଖବର