ବଡ଼ଚଣା ବିଧାୟକଙ୍କ ଗୃହସହାୟକଙ୍କୁ କରୋନା, ଭିଡିଓ ଜାରି କରି ସୂଚନା ଦେଲେ ବିଧାୟକ

ଯାଜପୁର: ଯାଜପୁର ଜିଲ୍ଲା ବଡଚଣାର ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଘରେ କାର୍ଯ୍ୟ କରୁଥିବା ଗୃହସହାୟକଙ୍କୁ କରୋନା ହୋଇଥିବା ଜଣାଯାଇଛି । ତାଙ୍କ ଗୃହସହାୟକଙ୍କ ରିପୋର୍ଟରୁ କରୋନା ପଜେଟିଭ ବାହାରିବା ପରେ ଏ ନେଇ ନିଜେ ସ୍ପଷ୍ଟ କରିଛନ୍ତି ବିଧାୟକ।

ଏକ ଭିଡିଓ ବାର୍ତ୍ତା ଜାରି କରି ବିଧାୟକ ଅମର ଶତପଥୀ ଏହି ସୂଚନା ଦେଇଛନ୍ତି। ତେବେ ଆଣ୍ଟିବଡି ଟେଷ୍ଟରେ ସେ ଓ ତାଙ୍କର ପୂରା ପରିବାରର ସଦସ୍ୟ କରୋନା ମୁକ୍ତ ଅଛନ୍ତି ବୋଲି ବିଧାୟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଇଛନ୍ତି ବୋଲି ଜାରି କରିଥିବା ଭିଡିଓରେ କହିଛନ୍ତି।

ସମ୍ବନ୍ଧିତ ଖବର