କାଳିଆପାଣି (ରବି ନାରାୟଣ କର): ସୁକିନ୍ଦା ବ୍ଲକର ଆଦିବାସୀ ବହୁଳ କଅଁସ ପଞ୍ଚାୟତର ଉପେକ୍ଷିତ ଆଦିମ ଜନଜାତି ବର୍ଗର ‌ସାଧାରଣ ମହ୍ଲାର ଓ ଜୁଆଙ୍ଗ ଲୋକଙ୍କ ପାଇଁ ଆଜି ପଞ୍ଚାୟତ ଅଫିସରେ ଅନୁଷ୍ଠିତ ସ୍ବତନ୍ତ୍ର ଜନସେବା ଶିବିରରେ ଟିକରପଡ଼ା ଗାଁର ଅଧିକାଂଶ ଜୁଆଙ୍ଗ ପରିବାର ଦହଗଞ୍ଜ ହୋଇ ନିରାଶରେ ଘର ଫେରିଥିବା ସାଧାରଣରେ ଅଭିଯୋଗ ହୋଇଛି।

Advertisment

ଜନ୍ମ ପ୍ରମାଣପତ୍ର, ନୂଆ ଆଧାରକାର୍ଡ ପ୍ରସ୍ତୁତି, ଆଧାର ସଂଶୋଧନ, ଜାତି ଓ ବାସସ୍ଥାନ ପ୍ରମାଣପତ୍ର, ଭତ୍ତା ଓ ରାସନ ଆବେଦନ ଆଶାରେ ଆସି ୬ ରୁ ୭ ଘଣ୍ଟା ଅପେକ୍ଷା ସତ୍ତ୍ବେ କିଛି କାମ ହୋଇନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଟୁରି ଜୁଆଙ୍ଗ, ସୁରୁବାଲି ଜୁଆଙ୍ଗ, କୁନି ଜୁଆଙ୍ଗ, ସମ୍ବାରି ଜୁଆଙ୍ଗ, ସୂର୍ଯ୍ୟ ଜୁଆଙ୍ଗ, ମଲ୍ଲୀ ଜୁଆଙ୍ଗ, ସାବିତ୍ରୀ ଜୁଆଙ୍ଗ, ରଜନୀ ଜୁଆଙ୍ଗ, ଗୁଣ୍ଠେଇ ଜୁଆଙ୍ଗ, ବାସନ୍ତୀ ଜୁଆଙ୍ଗ ପ୍ରମୁଖ। ଟିକରପଡ଼ା ପାହାଡ଼ ଉପରେ ରହୁଥିବା ଏହି ମହିଳମାନେ ପିଲାଛୁଆ କାଖେଇ ୬ କିଲୋମିଟର ଚାଲିଚାଲି ସକାଳ ୧୦ଟା ସୁଦ୍ଧା ପଞ୍ଚାୟତ ଅଫିସ ପହଞ୍ଚିଥିଲେ। ହେଲେ ମାଗଣାସେବା ବୋଲି ପ୍ରଚାର କରାଯାଇଥିଲେ ହେଁ ଆବେଦନ ପାଇଁ ଜଣପିଛା ୧୩୦ ଟଙ୍କା ସେମାନେ ମାଗୁଥିଲେ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଗରିବ ଲୋକେ ଖାଲିହାତରେ ଶିବିର ଆସିଥିବାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଅପେକ୍ଷା କରି ଭୋକଶୋଷରେ ନିରାଶହୋଇ ଫେରି ଆସିବାକୁ ବାଧ୍ୟହେଲୁ ବୋଲି ଏକାଧିକ ଜୁଆଙ୍ଗ ମହିଳା କହିଥିଲେ। ସମାନ ଦୁଃସ୍ଥିତିରେ ବହୁ ମହ୍ଲାର ପରିବାର ସେବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: Manipur: ଇମ୍ଫାଲରେ ୨୦୦ତମ ସ୍ମାରକ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ସରପଞ୍ଚ କହିଲେ...

ଏ ସଂପର୍କରେ ସରପଞ୍ଚ ରାଜାରାଣୀ ଦେହୁରୀ କହନ୍ତି ‘ଏଭଳି ଅଭିଯୋଗ ସଂକ୍ରାନ୍ତରେ ସେ ଅବଗତ ନାହାନ୍ତି। ତେବେ ୨ ଦିନ ପୂର୍ବରୁ କେବଳ ଆଦିମ ଜନଜାତି(ପିଭିଟିଜି) ଜୁଆଙ୍ଗ ଓ ମହ୍ଲାର ବର୍ଗର ୫୦ ପାଖାପାଖି ପରିବାର ପାଇଁ ବିନା ଶୁଳ୍କରେ ସେବା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଥିଲେ ହେଁ ବହୁ ସଂଖ୍ୟାରେ ସାଧାରଣ ଆଦିବାସୀ ଆଶାୟୀ ପରିବାର ବି ସେଠାରେ ଭିଡ଼ ଲଗାଇଥିଲେ। ଯାହାକି ସମସ୍ୟାର କାରଣ ହୋଇଥାଇପାରେ। ଯଦି ଏପରି ଅଭିଯୋଗ ହୋଇଥାଏ ତେବେ ଏ ସଂପର୍କରେ ସେ ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି ଦୃଷ୍ଟି ଆକର୍ଷଣ କରି ପରବର୍ତ୍ତୀ ପଦକ୍ଷେପ ନେବେ।         

ଆହୁରି ପଢ଼ନ୍ତୁ: Donald Trump: ଆମେରିକା ପାଖରେ ଏକ ‘ଗୁପ୍ତ ସୋନିକ୍ ଅସ୍ତ୍ର’ ଅଛି ଯାହା ଅନ୍ୟ କାହା ପାଖରେ ନାହିଁ: ଟ୍ରମ୍ପଙ୍କ ଦାବି