ଟ୍ରେନ୍‌ରୁ ପଡ଼ି ଗୁରୁତର ଶ୍ରମିକଙ୍କ ମୃତ୍ୟୁ

ବ୍ୟାସନଗର : ଗତକାଲି  ଅପରାହ୍ନରେ ଯାଜପୁରରୋଡ ଟ୍ରେନ୍‌ ଷ୍ଟେସନରେ ଭଦ୍ରକ-ପାରାଦୀପ୍ ସିପି ଟ୍ରେନ୍‌ରୁ ପଡ଼ି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଆହତ ଶ୍ରମିକଙ୍କର ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି। ମୃତ ଶ୍ରମିକ ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଅଳତ୍ରୀ ଗ୍ରାମର ରବି ଓଝା(୪୦)। ଗାଡ଼ିରୁ ଓହ୍ଲାଇବା ବେଳେ ଅସାବଧାନତାରୁ ରବି ଖସିପଡ଼ିଥିଲେ। ତାଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର