କଲରାପତରିଆ ବିଲେଇ ଉଦ୍ଧାର

ହରିଚନ୍ଦନପୁର/କାଳିଆପାଣି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବୁଢ଼ୀପଦା ଗ୍ରାମ ନିକଟରୁ ଆଜି ସକାଳୁ ଏକ କଲରାପତରିଆ ବିଲେଇ ଉଦ୍ଧାର କରାଯାଇଛି। ଏହା ବିରଳ ପ୍ରଜାତିର ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଖବର ଅନୁସାରେ ବୁଢ଼ୀପଦା ଗ୍ରାମ ଦେହୁରୀସାହିର ପ୍ରକାଶ ଦେହୁରୀ ଓ ବାସୁଦେବ ଦେହୁରୀ ଆଜି ସକାଳେ ଧାନ ଜମିରେ ଏହି ଜୀବଟିକୁ ଦେଖିଥିଲେ। କଲରାପତିରିଆ ବାଘଛୁଆ ମନେକରି ତାକୁ ଧରି ଗଁାକୁ ନେଇଆସିଥିଲେ। ସକାଳୁ ସକାଳୁ କଲରାପତରିଆ ବାଘଛୁଆ ଉଦ୍ଧାର ହୋଇଥିବା ନେଇ ଖବର ପ୍ରଚାର ହୋଇଯାଇଥିଲା। ଏହାକୁ ଦେଖିବା ପାଇଁ ଆଖପାଖ ଗ୍ରାମର ଲୋକଙ୍କ ଭିଡ଼ ଜମିଥିଲା। ପରେ ଗଁା ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ହରିଚନ୍ଦନପୁର ଫରେଷ୍ଟର ବିଜୟ କୁମାର ତରେଇ, ରେବଣାପଳାଶପାଳ ଫରେଷ୍ଟର ବୈକୁଣ୍ଠନାଥ ଜେନା, ଗାର୍ଡ କମଳିନୀ ଜେନା ଘଟଣାସ୍ଥଳରେ ପହଞ୍ଚି ଶାବକଟିକୁ ନେଇଯାଇଥିଲେ। ତାକୁ କ୍ଷୀର ପିଇବାକୁ ଦିଆଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହରିଚନ୍ଦନପୁର ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ। ପ୍ରାଣୀ ଚିକିତ୍ସକ ଡାକ୍ତର ଜୀବନ କୁମାର ମୁଣ୍ତା ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଖବର ପାଇ ବ୍ରାହ୍ମଣୀପାଳ ରେ˚ଜ ଅଧିକାରୀ ଡିଲେଶ୍ବର ବେହେରା ଓ ଏସିଏଫ ପ୍ରଫୁଲ୍ଲ କୁମାର ମଲ୍ଲିକ ପହଞ୍ଚିଥିଲେ। ଏହାର ବୟସ ୩/୪ ମାସ ହେବ ଏବଂ ଏହା ଏକ ବିରଳ ପ୍ରଜାତିର କଲରାପତରିଆ ବିଲେଇ ବୋଲି ଏସିଏଫ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର