ଯାଜପୁର: ଉପରେ ପରିବା ଭିତରେ ମଦ । ଆଜି ସକାଳୁ ଯାଜପୁର ପରିବା ମାର୍କେଟରୁ ବିପୁଳ ପରିମାଣର ମଦ ଜବତ ହୋଇଛି । ଯାଜପୁରକୁ ପ୍ରତ୍ୟେକ ଦିନ କଲିକତାରୁ ପନିପରିବା ଆସିଥାଏ। ଆଜି ଯାଜପୁର ମଧ୍ୟକୁ ସକାଳୁ ଏକ ମହେନ୍ଦ୍ରା ପିକଅପ ଗାଡି ଓଡି ୦୫ ଏଏସ ୫୭୪୮ ରୁ ୫ଟି ଟ୍ରେ ରେ ୪୫ ଲିଟର ମଦ ଜବତ ହୋଇଛି ।
ସୂଚନା ଅନୁସାରେ ଯାଜପୁରରୁ ଏହି ଗାଡି କୋରେଇରୁ ପଶ୍ଚିମବଙ୍ଗ କୁନ୍ଦୁରି,ବିନସ ନେଇ ଯାଜପୁରକୁ ଫେରିଥିଲା । ଗାଡି ଡ୍ରାଇଭର କହିଵା ମୁତାବକ ପଶ୍ଚିମବଙ୍ଗ ସୀମା ପାର ହୋଇ ଯାଇଥିବା ଓ ସେଠାରେ ପରିବା ଲୋଡ଼ କରି ଯାଜପୁରକୁ ଫେରିଥିଲା ।
ସେହି ଗାଡ଼ିରେ ପରିବା ସମେତ ୫ ଟି ଟ୍ରେ ମଧ୍ୟ ଥିଲା । ଯେଉଁଥିରେ ୪୫ଲିଟର ପଶ୍ଚିମବଙ୍ଗ ଅବକାରୀ ବିଭାଗର ଲୋଗୋ ମଦ ରହିଥିଲା । ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡ ରଜତ କୁମାର ପ୍ରହରାଜଙ୍କ କହିବା ଅନୁସାରେ ପରିବା ମାର୍କେଟରେ ଗାଡି ଥିବା ଅବସ୍ଥାରେ ଏହି ଗାଡିକୁ ଧରା ହୋଇଥିଲା ଏବଂ ଗାଡିରୁ ୪୫ ଲିଟର ମଦ ସହ ଗାଡି ଓ ଡ୍ରାଇଭରକୁ ଅଟକ ରଖା ଯାଇଛି ।