ଧର୍ମଶାଳା : ଧର୍ମଶାଳା ଥାନା ଅଂଚଳର ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ପୁଲିସ୍ ଆଜି ଜଣେ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ସ୍ଥାନୀୟ ଭୁବନ ଗ୍ରାମର ପ୍ରଶାନ୍ତ କୁମାର ରାଉଳକୁ ପୁଲିସ୍ ଆଜି କୋର୍ଟଚାଲାଣ କରିଛି।
ପ୍ରକାଶ ଯେ, ଜଣେ ବିବାହିତା ମହିଳାଙ୍କ ଅଶ୍ଳୀଳ ଭିଡିଓକୁ ପଡ଼ୋଶୀ(ସଂପର୍କୀୟ ଦିଅର) ମୋବାଇଲରେ ଭାଇରାଲ୍ କରି ଦେଇଥିଲା। ପରେ ଏହି ଭିଡିଓକୁ ଶାନ୍ତିବଜାରରେ ପାନ ଦୋକାନ କରିଥିବା ପ୍ରଶାନ୍ତ ଅନ୍ୟ ୪ଜଣଙ୍କ ପାଖକୁ ପଠାଇ ଦେଇଥିଲା। ମୋବାଇଲ୍ରୁ ମୋବାଇଲ୍କୁ ନିଜ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେଉଥିବା ଖବର ପାଇ ସଂପୃକ୍ତା ମହିଳା ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ୪୯୯/୨୦ ନମ୍ବରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରି ଚଣ୍ତିଖୋଲ କୋର୍ଟଚାଲାଣ କରିଛି।