ଘରୁ ଲୁଚି ପଳାଇ ଗୋଡ଼ ହରାଇଥିବା ପ୍ରେମିକର ହାତ ଧରିଲେ ମିତାଞ୍ଜଳି

ଯାଜପୁର:  ବରୀ ବ୍ଲକ ଅମଠପୁର ପଞ୍ଚାୟତ ଅନ୍ତର୍ଗତ ଅମଠପୁର ଗ୍ରାମରେ ସାମ୍ନାକୁ ଆସିଛି  ଏକ ନିଆରା ପ୍ରେମ କାହାଣୀ, ଯାହା ଆଜିର ପ୍ରେମୀଯୁଗଳଙ୍କୁ ପ୍ରେରଣା ଯୋଗାଇବ । ଏହି ଗ୍ରାମର ମିତାଞ୍ଜଳିଙ୍କୁ  ଦଶମ ପାସ୍‌ କରିଥିବା ପ୍ରଦୀପ ମଲ୍ଲିକ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ହେଲେ ମିତାଞ୍ଜଳି ନିରୁତ୍ତର ରହୁଥିଲେ । କିଛିଦିନ ବାରମ୍ବାର ବାଟରେ ଅଟକାଇବା, ତାଙ୍କ ଘରକୁ ଫୋନ୍ କରିବା, ସାଙ୍ଗସାଥୀଙ୍କ ହାତରେ ଖବର ଦେବା ଆଦି ପ୍ରଦୀପର ଅଭ୍ୟାସ ପାଲଟି ଯାଇଥିଲା। ଏଥିରେ ମିତାଞ୍ଜଳିରେ କୌଣସି ଦୋଷ ନ ଥିଲେ ବି ଘର ଲୋକଙ୍କ ଠାରୁ ଗାଳି ଶୁଣିବାକୁ ପଡୁଥିଲା।  ପାଠ ପଢ଼ିବା ଶେଷ ହେବା ପରେ ନିଷ୍ପତ୍ତି ନେବ ବୋଲି ପ୍ରଦୀପଙ୍କୁ ମିତାଞ୍ଜଳି କହିଥିଲା।

କିଛିବର୍ଷ ବିତିବା ପରେ ପ୍ରଦୀପ ରୋଜଗାର ପାଇଁ ସୁଦୂର ହାଇଦ୍ରାବାଦକୁ ଚାଲିଯାଇଥିଲା । ଏକ ମାର୍ବଲ କମ୍ପାନିରେ ଅପରେଟର ଭାବେ  କାମ କରିଥିଲେ।  ମଝିରେ ମଝିରେ ଫୋନ୍ ମାଧ୍ୟମରେ କେବଳ ବାର୍ତ୍ତାଳାପ ହେଉଥିଲା। ମିତାଞ୍ଜଳି +୨ ଦ୍ୱିତୀୟ ବର୍ଷରେ ପାଠ ପଢୁଥାନ୍ତି। ହଠାତ୍ ପ୍ରେମିକ ପ୍ରଦୀପ୍ ଜୀବନରେ ଏକ କଳାବାଦଲ ମାଡ଼ି ଆସିଥିଲା। କାମ କରିବା ସମୟରେ ମାର୍ବଲ ପଥର ପଡି ପ୍ରଦୀପର ଡାହାଣ ଗୋଡ ଜଙ୍ଘ ପାଖରୁ କଟିଗଲା । ଏକଥା ଗାଁରେ ଥିବା ମିତାଞ୍ଜଳି କାନରେ ପଡିଲା। ମିତାଞ୍ଜଳିଙ୍କ ମୁଣ୍ଡ କିଛି କାମ କଲାନାହିଁ । ବହୁ କଷ୍ଟରେ କମ୍ପାନିରେ କାମ କରୁଥିବା ପ୍ରଦୀପ୍‌ର ସାଙ୍ଗ କାବୁଲି ସହିତ ଯୋଗାଯୋଗ କରିଥିଲା। ପ୍ରଦୀପଙ୍କୁ ଭଲ ପାଉଥିବା ନେଇ ମନକଥା ଜଣାଇଥିଲେ । ହାଇଦ୍ରାବାଦର ଘର ଠିକଣା ଯୋଗାଡ଼ କଳେ। ଆଉ ଘରୁ ଲୁଚି ପଳାଇ ହାଇଦ୍ରାବାଦ୍‌ରେ ହଠାତ୍‌ ପହଞ୍ଚିଥିଲେ ମିତାଞ୍ଜଳି। ଗୋଡ଼ ହରାଇଥିବା ପ୍ରଦୀପ ପ୍ରଥମେ ନିଜର ଅସହାୟତା ପ୍ରକାଶ କରି ବିବାହ ପାଇଁ ରାଜି ହୋଇ ନଥିଲେ। ପରେ କିନ୍ତୁ ପ୍ରେମିକାର ଜିଦ୍‌ ଆଗରେ ହାର ମାନିଥିଲେ। ଦୁହେଁ ସାରା ଜୀବନ ପାଇଁ ଏକାଠି ରହିବାକୁ ନିଷ୍ପତ୍ତି ନେଇଥି‌ଲେ।

ସମ୍ବନ୍ଧିତ ଖବର