ନଦୀରେ ବୁଡ଼ି ନାଵାଳକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ରଣପୁର ଗାଁଦେଇ ପ୍ରବାହିତ ଖାରସ୍ରୋତା ନଦୀର ଭଣ୍ଡାରିଗଣ୍ଡରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ସନ୍ତୋଷ ଦାସଙ୍କ ପୁଅ ସୌଭାଗ୍ୟ ଦାସ। ସବୁଦିନ ପରି ଆଜି ବି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅନ୍ୟମନସ୍କ ହୋଇ ଗଭୀର ଜଳକୁ ଚାଲି ଯାଇଥିଲେ।

ସୌଭାଗ୍ୟ ବୁଡ଼ି ଯାଉଥିବା ଜାଣି ଅନ୍ୟ ଲୋକମାନେ ଗାମୁଛା ବାନ୍ଧି ତାକୁ ଉଦ୍ଧାର କରିଥିଲେ। ପରେ ତାକୁ ବିଂଝାରପୁର ମେଡିକାଲ ନେଇଥିବା ଵେଳେ ସେଠାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବିଂଝାରପୁର ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ସମ୍ବନ୍ଧିତ ଖବର