ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଯାଜପୁର: ଗତକାଲି ରାତିରେ ଯାଜପୁରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଏଥି ସହିତ ତାଙ୍କୁ ଆକ୍ରମଣ କରିଥିବା ପ୍ରାଥମିକ ସୂଚନା ରହିଛି।

ସୂଚନା ଅନୁସାରେ କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର ମିଳିଛି। ପରେ ପୀଡ଼ିତାଙ୍କୁ ଆକ୍ରମଣ କରିଥିବା ବେଳେ ତାଙ୍କ ମୁହଁ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ କଟକ  ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର