ବୈରୀ: ବୈରୀ ଥାନା ଅଞ୍ଚଳର ଜଣେ ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ବନ୍ତଳା ଗ୍ରାମର ରଞ୍ଜନ ମହାପାତ୍ରଙ୍କ ପୁଅ ଶାନ୍ତିସ୍ବରୂପ ମହାପାତ୍ର (୨୪)। ଅଭିଯୁକ୍ତ ଶାନ୍ତି ସ୍ବରୂପ ମହାପାତ୍ର (୨୪) ନାବାଳିକାକୁ ଅପହରଣ କରି ନେଇଥିବା ବେଳେ ଝିଅ ନିଖୋଜ ନେଇ ଗତ ଜୁନ୍ ୨୪ ରେ ନାବାଳିକାର ବାପା ବୈରୀ ଥାନାରେ ଅଭିଯୋଗ କରିଥିଲେ । ପରେ ସଂପୃକ୍ତ ନାବାଳିକା ସେଠାରୁ ଖସିଆସି ବୈରୀ ଥାନାରେ ଅଭିଯୋଗ କରିଥିଲା। ଶାରୀରିକ ସମ୍ପର୍କ ରଖିବା ସହିତ ପ୍ରତାରଣା କରି ଚଣ୍ତିଖୋଲ ଠାରେ ଛାଡି ପଳାଇଯାଇଥିଲା ବୋଲି ଅଭିଯୋଗ କରିଥିଲେ। ପୁଲିସ କେସ ନମ୍ବର ୯୮/୧୯ରେ ଏକ ମାମଲା ରୁଜୁ କରିଥିଲା। ବୈରୀ ଥାନା ଅଧିକାରୀ ନିରଂଜନ ଶବର ଶାନ୍ତିସ୍ବରୂପଙ୍କ ଘରେ ଚଢଉ କରି ଆଜି ଗିରଫ କରିଛନ୍ତି । ଡାକ୍ତରୀ ମାଇନା କରାଯାଇ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।
ନାବାଳିକାକୁ ପ୍ରତାରଣା, ଜଣେ ଗିରଫ
/sambad/media/post_attachments/wp-content/uploads/2019/07/arrest-generic_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)