ଯାଜପୁର: ନଦୀରେ ବୁଡ଼ି ନାବାଳକର ମୃତ୍ୟୁ

ଯାଜପୁର: ଗାଧେଇବାକୁ ଯାଇ ତନ୍ତି ଘାଇ ଗଣ୍ଡରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ବ୍ଲକ ମହମ୍ମଦ ଜମାପୁର ଗାଁର ଅଜୟ ରାଉତଙ୍କ ପୁଅ ଅବିନାଶ। ଅବିନାଶ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ତାର ଗୋଡ଼ ଖସି ଯାଇଥିଲା। ସେ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏ ନେଇ ଯାଜପୁର ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ଅନୁସନ୍ଧାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର