ରତ୍ନଗିରି: ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅମଠପୁର ପଞ୍ଚାୟତ ଅନ୍ତର୍ଗତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋସ୍ନାଙ୍କ ଏକାଦଶାହରେ ବିଳମ୍ବିତ ରାତିରେ ତାଙ୍କ ଶାଶୂ ପୀର ଜେନା(୭୨)ଙ୍କର ପରଲୋକ ହୋଇଯାଇଛି। ଗତ ୧୬ ତାରିଖରେ ବିରୂପା ନଦୀକୁ ଟାଣିନେଇ ଜ୍ୟୋତ୍ସ୍ନାଙ୍କୁ କୁମ୍ଭୀର ମାରି ଖାଇଦେଇଥିଲା। ମାସେ ପୂର୍ବରୁ ସଂଧ୍ୟା ସଳିତାରୁ ପୀରଙ୍କ ଲୁଗାରେ ନିଆଁ ଲାଗି ଯିବାରୁ ତାଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ିଯାଇଥିଲା। ଘରେ ସେ ପଡ଼ି ରହିଥିଲେ।

Advertisment

ବୋହୂ ଜ୍ୟୋତ୍ସ୍ନା ତାଙ୍କ ସେବା ଶୁଶ୍ରୂଷା କରୁଥିଲେ। ବୋହୂକୁ କୁମ୍ଭୀର ଖାଇବା ପରଠାରୁ ସେ ଭାଙ୍ଗି ପଡ଼ିଥିଲେ। ଜ୍ୟୋସ୍ନାଙ୍କ ଏକାଦଶାହରେ ସେ ଆଖି ବୁଜିଛନ୍ତି। ବୃଦ୍ଧା ପୀରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।