ବିଂଝାରପୁର: ଯାଜପୁର-ସିଂହପୁର ମୁଖ୍ୟ ରାସ୍ତା ମାଇଁନ୍ଦା ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏକ ବାଲି ବୋଝେଇ ହାଇୱା ଯାଜପୁର ଅଭିମୁଖେ ଯାଉଥିବାବେଳେ ସାମ୍ନାପଟୁ ଏକ ସ୍କୁଟିରେ ଶାଶୂ ଓ ବୋହୂ ବିପରୀତ ଦିଗରୁ ଆସୁଥିଲେ। ହାଇୱା ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ହାଇୱା ଧକ୍କାରେ ଘଟଣାସ୍ଥଳରେ ଶାଶୂଙ୍କର ମୃତ୍ୟୁ ହୋଇଛି। ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ମହିଳାଜଣକ ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର ଇନ୍ଦ୍ରମଣି ରାଉତଙ୍କ ପତ୍ନୀ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/3c5a1f7f-0892-4973-9518-70c4165c26d7.jpg)