ଶାଶୂ ବୋହୂ କଳି ଘଟଣା:ନିଆଁରେ ପୋଡ଼ିହୋଇ ଗୁରୁତର ମହିଳାଙ୍କ ମୃତ୍ୟୁ

ଚଣ୍ଡିଖୋଲ : ଶାଶୂ ବୋହୂ ମଧ୍ୟରେ କଳି ଘଟଣାରୁ ଗତକାଲି ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଗୁରୁତର ହୋଇପଡ଼ିଥିବା ବୋହୂଙ୍କର ଆଜି ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ବାଲିଚନ୍ଦ୍ରପୁର ଥାନା ତଥା ଅଣକା ପଞ୍ଚାୟତ ଅନ୍ତର୍ଗତ ରାହାଳ ଗ୍ରାମର ବମ୍ବେରେ ଚାକିରି କରିଥିବା ବିଶ୍ୱଜିତ ବେହେରା ସେଠାରେ ରହୁଥିଲେ। ତାଙ୍କ ମା’ ରମା ଓ ପତ୍ନୀ ସଂଘମିତ୍ରାଙ୍କ ମଧ୍ୟରେ ଗତ ୧୪ ତାରିଖରେ କୌଣସି କାରଣକୁ ନେଇ କଳି କଜିଆ ଲାଗିଥିଲା। ଏଥିରେ ଉତ୍‌କ୍ଷୀପ୍ତ ହୋଇ ଶାଶୂ ପ୍ରଥମେ କନିଅର ମଞ୍ଜି ଖାଇ ଆତ୍ମହତ୍ୟା ଉଦ୍ୟମ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ବୋହୂ ସଂଘମିତ୍ରା ମଧ୍ୟ ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପ୍ରକାଶ ଯୋଗ୍ୟ ଯେ, ବିଶ୍ୱଜିତଙ୍କୁ ସଂଘମିତ୍ରା ୭ ମାସ ତଳେ ପ୍ରେମ ବିବାହ କରିଥିଲେ।

ସମ୍ବନ୍ଧିତ ଖବର