କୋରେଇ/ବୈତରଣୀରୋଡ଼ : ସମ୍ପତ୍ତି ଲୋଭରେ କୋରେଇ ଥାନା ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତ ରାଉତପଡ଼ା ଗ୍ରାମରେ ଜଣେ ସାବତ ପୁଅକୁ ବିଷ ଦେଇ ତାର ମା’ ମାରିଦେଇଛି। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତକଙ୍କ ମାମୁ ହଳଦିଗଡିଆ ପଞ୍ଚାୟତ ବ୍ରହ୍ମଣଦା ଗ୍ରାମର ଘନଶ୍ୟାମ ଦାସ। କୋରେଇ ଥାନାରେ ସେ ଏ ସଂପର୍କରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଗଳିତ ଶବକୁ ୫ ଦିନ ପରେ ବୈତରଣୀ ନଦୀପଠାରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ପଠାଇଛି। ଅଭିଯୋଗ ମୁତାବକ, କୋରେଇ ଥାନା ରାଉତପଡା ଗ୍ରାମର ସଦାନନ୍ଦ ପଡିହାରୀଙ୍କ ପ୍ରଥମ ସ୍ତ୍ରୀ ମରିବା ପରେ ବିଂଝାରପୁର ଥାନା ବରୁଣେଶ୍ବର ଗ୍ରାମର ସଂଜୁଙ୍କୁ ଦ୍ବିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କ ପାଖରୁ ସନାତନଙ୍କର ଏକମାତ୍ର ପୁଅ ରାଜେନ୍ଦ୍ର ଜନ୍ମ ନେଇଥିଲା। ଦ୍ବିତୀୟ ସ୍ତ୍ରୀଙ୍କ ନିକଟରୁ ମଧ୍ୟ ୨ଟି ସନ୍ତାନ ଜନ୍ମ ହୋଇଥିଲେ। ବାପ ସମ୍ପତ୍ତିରୁ ସାବତ ପୁଅକୁ ବଞ୍ଚିତ କରି ନିଜ ସନ୍ତାନଙ୍କୁ ଦେବା ଇଚ୍ଛାରେ ମା' ସଂଜୁ ରାଜେନ୍ଦ୍ର ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଥିଲେ। ଏପରିକି ମାଟ୍ରିକ୍ରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉନ୍ନୀତ ରାଜେନ୍ଦ୍ରଙ୍କ ପାଠପଢା ମଧ୍ୟ ସାବତ ମା' ବନ୍ଦ କରିଦେଇଥିଲେ। ବାପା ସଦାନନ୍ଦ କଲିକତାରେ କାମ କରି ଘରକୁ ଟଙ୍କା ପଠାଉଥିଲେ ମଧ୍ୟ ସ୍ତ୍ରୀ ସଂଜୁଙ୍କ କଥାରେ ପରିଚାଳିତ ହେଉଥିଲେ। ଶେଷରେ, ବିଷଦେଇ ରାଜେନ୍ଦ୍ରକୁ ହତ୍ୟା କରିଥିବା ମାମୁ ଘନଶ୍ୟାମ ଅଭିଯୋଗ କରିଛନ୍ତି। କୋରେଇ ଥାନା ପୁଲିସ୍ ବୈତରଣୀ ନଦୀ ପଠାରୁ ମୃତ ରାଜେନ୍ଦ୍ରଙ୍କ ଗଳିତ ଶବକୁ ଉଦ୍ଧାର କରାଯାଇଛି। ୧୨/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ବାପା ସନାନନ୍ଦ ଓ ମା' ସଞ୍ଜୁଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ପୁଅକୁ ବିଷ ଦେଇ ମାରିଲା ମା', ୫ ଦିନ ପରେ ଗଳିତ ଶବ ଉଦ୍ଧାର
/sambad/media/post_attachments/wp-content/uploads/2019/08/811167-dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)