ଯାଜପୁର: ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଅନ୍ୟାସପୁରରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣାରେ ପୁଲିସ୍ ଅଭିଯୁକ୍ତ ସୁବ୍ରତ ବେହେରାଙ୍କୁ ଗିରଫ କରିଛି। ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ପୁଲିସ ହତ୍ୟାର ୬୫ ଦିନ ପରେ ବାଙ୍ଗାଲୋରରୁ ଅଭିଯୁକ୍ତ ସୁବ୍ରତ ବେହେରାଙ୍କୁ ଗିରଫ କରିଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନାର ଅନ୍ୟାସପୁରରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର ଓ ହତ୍ୟା କରାଯାଇଥିଲା । ତେବେ ଏହି ଘଟଣା ସେ ସମୟରେ ବରୀ ପୁଲିସ ଏହାକୁ ଚାପି ଦେବାକୁ ଉଦ୍ୟମ କରି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତକୁ ବାଟବଣା କରିଥିବା ଅଭିଯୋଗ ହୋଇଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ କଳାତ୍କାର ଓ ହତ୍ୟା ମାମଲା ବୋଲି ସ୍ପଷ୍ଟ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/6445c882-7cd5-4cd6-8347-e912e61affff.jpg)