ମାଛଧରାକୁ କେନ୍ଦ୍ର କରି ହତ୍ୟା: ଥାନାରେ ୫ ଅଟକ

ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ମାଛମରାକୁ କେନ୍ଦ୍ର କରି ଜଣେ ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଓ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଏଥିରେ ଜଣେ ବୟସ୍କ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଧୀରେନ୍ଦ୍ର ଜେନା (୫୭)। ମୃତକଙ୍କ ପତ୍ନୀ କଳ୍ପନା ଜେନାଙ୍କ ଅନୁଯାୟୀ, ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଧୀରେନ୍ଦ୍ର ଜେନାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।

 

ତାଙ୍କୁ ଗତ ରାତିରେ କଟୁରିରେ ଆକ୍ରମଣ କରାଯାଇଥିବା ବେଳେ ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି। ଏନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର