ଯାଜପୁର: ଯୁବକଙ୍କ ଗଳା କାଟି ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଟାଉନ ଥାନା ଭେଲଙ୍ଗ ଗ୍ରାମରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖଵର ପାଇ ଟାଉନ ପୁଲିସ  ଘଟଣାସ୍ଥଳରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ,  ଗତକାଲି ରାତି ପ୍ରାୟ ୮ ଟା ସମୟରେ ମଧୁସୁଦନ ମଲିକଙ୍କ ପୁଅ ଟୁଟନ ମଲିକ(୨୨) ଏକ ସାଇକଲେ ଯୋଗେ ପେଟ୍ରୋଲ ପାଇଁ ନିକଟରେ ଥିବା ତେଲ ଟାଙ୍କିକୁ ଯାଇଥିଲେ। ପେଟ୍ରୋଲ୍‌ ପମ୍ପ୍‌ ନିକଟରେ କିଛି ସ୍ଥାନୀୟ ଲୋକେ ଟୁଟନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି  ଥିବାର ଦେଖିବାକୁ ପାଇଥିଲେ। ସେମାନେ ଟୁଟନଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଟୁଟନ ବାପମାଙ୍କର ଗୋଟିଏ ପୁଅ। ସେ ଫେରିରେ ମାଛ ବେପାର କରି ପରିବାର ଚଳାନ୍ତି।  ତେବେ କିଏ ଓ କାହିଁକି ଏପରି ଘଟଣା ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ। ତାଙ୍କର କାହା ସହ ଶତ୍ରୁତା ନଥିବା କୁହାଯାଉଥିବା ବେଳେ ବ୍ୟବସାୟକୁ ନେଇ ଏପରି ଘଟଣା ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଟୁଟନ୍‌ଙ୍କ ମୃତଦେହକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖା ଯାଇଥିବା ବେଳେ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର