ପାଇଖାନା ନ ଥାଇ ପୁରସ୍କାର ଘଟଣା :ଏକକାଳୀନ ୫ ଟିମ୍‌ର ତଦନ୍ତ

ତିନିଦିନ ଧରି ଚାଲିବ ତଦନ୍ତ ୯୦ ଭାଗ ଲୋକଙ୍କୁ ମିଳିନି ପାଇଖାନା ‘ସମ୍ବାଦ’ ଅନୁମାନ ଠିକ୍‌ ହେଲା

ଦଶରଥପୁର : ପାଇଖାନା ନଥାଇ ରାଷ୍ଟ୍ରପତି ପୁରସ୍କାର ହାତାଇଥିବା ଦଶରଥପୁର ବ୍ଲକ ଅସନପୁର ପଞ୍ଚାୟତରେ ଆଜି ଏକକାଳୀନ ୫ଟି ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ବେଳେ ବହୁ ରୋଚକ ତଥ୍ୟ ପଦାକୁ ଆସିଛି। ଶତକଡ଼ା ୯୦ ଭାଗ ଲୋକ ପାଇଖାନା ପାଇନାହାନ୍ତି। ଏଭଳି ଘଟଣା ପଦାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଚାପା ଗୁଂଜରଣ ସୃଷ୍ଟି ହୋଇଛି।
ପଞ୍ଚାୟତର ମୋଟ ୫ଟି ରାଜସ୍ୱ ଗ୍ରାମ ୧୯ ୱାର୍ଡରେ ୫ଟି ଟିମ ଭିନ୍ନ ଭିନ୍ନ ସ୍ଥାନରେ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ୩ ଦିନ ଧରି ଚାଲିବ। ଅସନପୁର ପଂଚାୟତର କେରୁଣା , ଛତ୍ରପଡା , ରଂଗସ , ଅସନପୁର ଓ ପଂଚୁପୁର ରାଜସ୍ୱ ଗ୍ରାମର ମାତ୍ର ୮ଟି ୱାର୍ଡ ତଦନ୍ତ ପ୍ରଥମ ଦିନରେ ଶେଷ ହୋଇଛି । ଏହି ୮ଟି ୱାର୍ଡର ପ୍ରାୟ ୪ଶହରୁ ଅଧିକ ପରିବାର ତଦନ୍ତର ସମ୍ମୁଖୀନ ହୋଇଥିଲେ । ଏହି ପରିବାର ମଧ୍ୟରୁ ନିଜସ୍ୱ ଭାବେ ୭୦ରୁ ୮୦ ପରିବାର ତିଆରି କରିଥିବାବେଳେ ୩ଶହରୁ ଅଧିକ ପରିବାରରେ ପାଇଖାନା ନଥିବା ଦେଖାଦେଇଥିଲା। ନିର୍ମଳ ଭାରତ ଯୋଜନାରେ ୨ଟି ନନ୍ଦ , ବରପାଳି ଓ ୫ଶହ ଟଙ୍କା ହାତ ଗଣତି ୨୦ ମଧ୍ୟରେ ପରିବାର ପାଇଥିବା କହିଥିଲେ । ଏମାନଙ୍କୁ ଛାଡି ଅନ୍ୟ କୌଣସି ପରିବାର ପାଇଖାନା ପାଇନଥିବା ରୋକଠୋକ କହିଥିଲେ । ଏହାକୁ ଶୁଣି ତଦନ୍ତକାରୀ ଅଧିକାରୀମାନେ ଆଚମ୍ବିତ ହୋଇଯାଇଥିଲେ। ଆଜି ଦିନ ପ୍ରାୟ ୧୧ଟା ସମୟରେ ବ୍ଲକ ଓ ଆରଡ୍ୟୁଲଏସଏସ ବିଭାଗର ୫ ଜଣ ଜେଇ ତଦନ୍ତ କରିଥିଲେ।
ଆରଡ଼ବ୍ଲୁଏସଏସ ବିବାଗ ତରଫରୁ ସ୍ୱର୍ଣ୍ଣଲତା ରାଉତ ଓ ମନୋଜ କୁମାର ବେହେରା ଥିବା ବେଳେ ବ୍ଲକ ପକ୍ଷରୁ ଜେଇ କ୍ଷୀତିଶ ପାତ୍ର, ପିଆର ଦାସ, ପ୍ରତାପ ସେଠୀ ତଦନ୍ତ ଦାୟିତ୍ୱରେ ଥିଲେ । ଏହାଛଡା ତଦନ୍ତ ବାଟବଣା ହେବା ଆଶଂକାରେ ତଦନ୍ତ ଅଧିକାରୀଙ୍କ ସହ ଅନଶନକାରୀ ଦର୍ପନାରାୟଣ ମହାପାତ୍ର, ପ୍ରମୋଦ ମହାପାତ୍ର, ଚିନ୍ତାମଣି ଶତପଥୀ, ବଳରାମ ଦାସ, ନିତ୍ୟାନନ୍ଦ ଦାସ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ରହି ତଦାରଖ କରୁଥିଲେ ।
ପଞ୍ଚାୟତରେ ହେଉଥିବା ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପ୍ରତିବାଦରେ ଗତ ମଂଗଳବାର ଠାରୁ ପ୍ରତୀକ ଗଣଅନଶନ ଦିଆଯାଇଥିଲା । ମିଥ୍ୟା ତଥ୍ୟ ଦେଇ ଦଶରରଥପୁର ବ୍ଲକ ଅସନପୁର ପଞ୍ଚାୟତକୁ ସମ୍ପୂର୍ଣ୍ଣ ପରିମଳ ଘୋଷଣା କରିବା ସହ ରାଷ୍ଟ୍ରପତି ପୁରସ୍କାର ହାତେଇବାରେ ସକ୍ଷମ ହୋଇଥିଲେ ସରପଞ୍ଚ ଦିବାକର ସାମଲ । ଏହାକୁ ବିରୋଧ କରି ତଦନ୍ତ ସହ କାଯ୍ୟର୍ାନୁଷ୍ଠାନ ଦାବିରେ ଗତ ୧୨ ତାରିଖରେ ଜିଲ୍ଲାପାଳ, ବିଡିଓଙ୍କ ସମସ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଥିଲା। ପ୍ରଶାସନିକ ଅଧିକାରୀଙ୍କ ଠାରୁ କୌଣସି ତତ୍ପରତା ନ ଦେଖାଇବାରୁ ଗତ ୨୬ ତାରିଖରୁ ୨ ଦିନଧରି ବ୍ଲକ କାଯ୍ୟର୍ାଳୟ ସମ୍ମୁଖରେ ଅସନପୁର ପଞ୍ଚାୟତ ପକ୍ଷରୁ ଅନଶନ ଦିଆଯାଇଥିଲା । ତଦନ୍ତ କରାଯାଇ କାଯ୍ୟର୍ାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ କରାଯିବ ବୋଲି ବରିଷ୍ଠ ଅଧିକାରୀମାନେ ଲିଖିତ ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା ।
ଅସନପୁର ପଞ୍ଚାୟତରେ ମୋଟ ୨୩୬୮ ପରିବାର ମଧ୍ୟରୁ ମାତ୍ର ୨୧୧ ପରିବାରରେ ଶୌଚାଳୟ ରହିଥିବାବେଳେ ୨୧୫୭ ପରିବାରରେ ଶୌଚଳୟ ନଥିବା ଦର୍ଶାଯାଇଛଇ। କେବଳ କାଗଜପତ୍ର ମାଧ୍ୟମରେ ରାଷ୍ଟ୍ରପତି ପୁରସ୍କାର ହାତାଇଥିଲେ । ଫଳରେ ଯୋଗ୍ୟ ହିତାଧିକାରୀମାନେ ଶୌଚାଳୟ ପାଇିନଥିଲେ। ଏହି ଘଟଣା କେବଳ ସମ୍ବାଦରେ ଗତ ୬ ତାରିଖରେ ଖବର ପ୍ରକାଶ ପାଇବା ପରେ ପଞ୍ଚାୟତରେ ଦେଖାଦେଇଥିଲା ଉତ୍ତେଜନା । ପରେ ଏହା ଆନ୍ଦୋଳନର ରୂପ ନେଇଥିଲା ।

ସମ୍ବନ୍ଧିତ ଖବର