ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଯାଜପୁର: ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତରଜଣଙ୍କ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ରାଇଛନ୍ଦା (ତୋଟାସାହି) ଗ୍ରାମର ବଟକୃଷ୍ଣ ସାହୁ (୭୦)। ସେ ଶୌଚ ପାଇଁ ଯାଇଥିବାବେଳେ ବଳରାମପୁର ଜୁନିଅର କଲେଜ ଆଗରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ରାତି ୪ଟାରେ ଆମ୍ବୁଲାନ୍ସରେ ଏହି ଅଘଟଣ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଦାନଗଦି ମେଡିକାଲ ପଠାଯାଇଛି।

ସମ୍ବନ୍ଧିତ ଖବର