ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ କୁମାରୀ ଗାଁରୁ ଜାରକା ବିଟ୍ ହାଉସ୍ ପୁଲିସ୍ ଜଣେ ଲୋକଠାରୁ ୮ ବୋତଲ ବିଦେଶୀ ମଦ ଜବତ କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏକ ବ୍ୟାଗରେ ୮ ବୋତଲ ବିୟର ନେଇ ଯାଉଥିବା ବେଳେ କୁମାରୀ ଗ୍ରାମର ନରେନ୍ଦ୍ର ସେଠୀ ଗିରଫ ହୋଇଛନ୍ତି । ୪୭୯/୨୦ ନମ୍ବରରେ ମାମଲା ରୁଜୁ ହୋଇଥିବା ଜାରକା ବିଟ୍ ହାଉସ୍ ପୁଲିସ୍ ଅଧିକାରୀ ରାଜକିଶୋର ନାୟକ ସୂଚନା ଦେଇଛନ୍ତି।
ତେବେ ଘଟଣାକୁ ଚପାଇ ଦେବା ଉଦ୍ୟମ ବିଫଳ ହେବା ପରେ ମାମଲାକୁ କୋହଳ କରିବା ପାଇଁ ପୁଲିସ୍ ବୋତଲ ସଂଖ୍ୟା କମାଇ ଦେଇଥିବା ସନ୍ଦେହ କରାଯାଉଛି। ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ ଜାରକା ବିଟ୍ ହାଉସ୍ ପୁଲିସ୍ ଜଣେ ବାଣ ବେପାରୀଙ୍କୁ ଧରି ମାମଲା ରୁଜୁ ନ କରି ଛାଡ଼ି ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/jaj-1.jpg)