ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିଆ ଛକଠାରେ ଥିବା ଦୁଇଟି ଏଟିଏମ ଲୁଟ୍ କରୁଥିବା ସମୟରେ ଜଣେ ଲୁଟେରାକୁ ଗିରଫ କରିଛି ମଙ୍ଗଳପୁର ପୁଲିସ। ଥାନା ଆଇଆଇସି ରୀନାରାଣୀ ସାହୁଙ୍କ ନିର୍ଦେଶକ୍ରମେ ରାତିରେ ପେଟ୍ରୋଲିଂ ସମୟରେ ଦୁଇ ଲୁଟେରା ଏଟିଏମ ଭାଙ୍ଗୁଥିଲେ। ଏହି ସମୟରେ ପୁଲିସ ପହଞ୍ଚି ଜଣଙ୍କୁ ଧରିଥିବା ବେଳେ ଆଉ ଜଣେ ଖସିଯାଇଥିଲା।
/sambad/media/post_attachments/wp-content/uploads/2022/09/dcb89947-f586-4498-aee4-4f90c90bb429.jpg)
ଗିରଫ ହୋଇଥିବା ଲୁଟେରାଜଣଙ୍କ ହେଉଛନ୍ତି ମଙ୍ଗଳପୁର ଥାନା ଗୋପାଳପୁର ପଞ୍ଚାୟତ କାଟିଆ - ମେରଦା ଗ୍ରାମର ସେକ ୟାକୁବଙ୍କ ପୁଅ ସେକ ଯେହି ଜେନୁଲ(୩୮)। ଜେନୁଲଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଥିବା ବେଳେ ୱାରେଣ୍ଟ ମଧ୍ୟ ରହିଛି। ପୁଲିସ ଥାନାରେ ରଖି ଅଧିକ ତଥ୍ୟ ଜାଣିବାପାଇଁ ପଚରାଉଚରା ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/ଏଟିଏମ.jpg)