ବରୀ(ଯାଜପୁର): ଇନ୍ଦୁପୁର ବାଲିଆ ହାଟ ସୀମା ଛକ ନିକଟରେ ଗୁରୁବାର ଏକ କୁକୁର ପଶି ଆସିବାରକୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଯଯାତି ମଲିକ(୨୫) ନାମରେ ଜଣେ ଯୁବକ ଆଜି ସନ୍ଧ୍ୟାରେ ବରୀରୁ ଘରକୁ ଫେରୁଥିଲା। ହାଟ ସୀମା ଛକ ନିକଟରେ ଏକ କୁକୁର ହଠାତ ପଶି ଆସିବାରୁ ଯଯାତି ତଳେ ପଡ଼ି ଯାଇଥିଲେ।
ଦୁର୍ଘଟଣା ସଂପର୍କରେ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା। ମାତ୍ର ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ଆସିବାରୁ ସ୍ଥାନୀୟ ଅଞ୍ଚଳର ଜଣେ ଆର୍ମୀ ଚଗଲା ମଲିକ ନିଜ କାନ୍ଧରେ ବୋହି ନେଇ ହସ୍ପିଟାଲ ଯାଇଥିଲେ। ଜଣେ ବାଇକ ଚାଳକଙ୍କ ପଛରେ ବସି ଚଗଲା ଆହତ ଯଯାତିଙ୍କୁ କାନ୍ଧରେ ବୋହି ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ପହଞ୍ଚିବା ମାତେ ଯଯାତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଯଯାତି ବିଦେଶରେ ଶ୍ରମିକ ଭାବେ କାମ କରୁଥିଲେ ଓ କିଛି ଦିନ ତଳେ ଘରକୁ ଆସିଥିଲେ। ସେହିଭଳି ଯବାନ ଚଗଲା ମଧ୍ୟ ଛୁଟିରେ ଘରକୁ ଆସିଥିଲେ ଓ ସନ୍ଧ୍ୟା ସମୟରେ ସେ ଘର ନିକଟରେ ବୁଲୁଥିବା ବେଳେ ଯଯାତି ଗୁରୁତର ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/ac429b65-898f-4984-bae5-0d421ab4d6f5.jpg)