ଦୁଷ୍କର୍ମ ପରେ ମହିଳାଙ୍କୁ ଫିଙ୍ଗିଦେବା ଘଟଣା: ଜଣେ ଅଟକ

ଛତିଆ : ଧାନମଣ୍ତଳରେ ରହୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ରାସ୍ତା‌ କଡ଼ରେ ମୁମୂର୍ଷୁ ଅବସ୍ଥାରେ ଫିଙ୍ଗି ଦିଆଯିବା ଘଟଣାରେ ପୁଲିସ ଜଣକୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି। ଦୁଷ୍କର୍ମ ପରେ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ପୀଡିତାର ଡାକ୍ତରୀମାଇନା କରାଯିବା ସହ ସେହି ଅଞ୍ଚଳର ଏକ ଗୋଷ୍ଠୀକୁ ପୁଲିସ୍ ଟାଗେର୍ଟ କରିଛି।

ପ୍ରକାଶ ଥାଉକି ବଡଚଣା ଥାନା ଅନ୍ତର୍ଗତ ଧାନମଣ୍ତଳ ନିକଟସ୍ଥ କୋଣାର୍କ ଝୋଟକଳ ରାସ୍ତାରୁ ରବିବାର ସକାଳେ ପୁଲିସ ଜଣେ କ୍ଷତବିକ୍ଷକ୍ତ ମହିଳାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ମହିଳାଙ୍କୁ ଦୁବୃର୍ତ୍ତମାନେ ଦୁଷ୍କର୍ମ କରିବା ପରେ ମାରଣାସ୍ତ୍ରରେ ହାଣି ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ।ଏହାପରେ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଲା। ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ପୀଡିତାଙ୍କ ବେକ, କାନ,ଗାଲ ସହ ଶରୀରର ବିଭିନ୍ନ ସ୍ଥାନକୁ ଦୁବୃର୍ତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ବଡଚଣା ଥାନାଧିକାରୀ ପ୍ରିୟବ୍ରତ ରାଉତ ଓ ବରିଷ୍ଠ ତଦନ୍ତକାରୀ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ଅଭିଯୁକ୍ତ ମାନଙ୍କୁ ଠାବ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ଏହି ମହିଳା ଜଣଙ୍କ ଦୀର୍ଘ ବର୍ଷ ଧରି ଭଡାରେ ଧାନମଣ୍ତଳ ଫାଣ୍ତି ନିକଟରେ ରହି ଫେରିବେପାର କରୁଥିଲେ।

ସମ୍ବନ୍ଧିତ ଖବର