ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ୫୩ ନମ୍ବର ଜାତୀୟ ରାଜପଥର ଝାଟିଆପଡ଼ା ଗାଁ ନିକଟ ପୋଲ ଉପରୁ ଭାରସାମ୍ୟ ହରାଇ ଏକ କାର୍ ତଳକୁ ଖସି ପଡ଼ିଛି। ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ କଟକ ଅଞ୍ଚଳର ମାନଭଞ୍ଜନ ଦାସ(୫୦)। ବିଳମ୍ବିତ ରାତିରେ କାର୍ ଚାଳକଙ୍କୁ ନିଦ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

Advertisment

ପ୍ରକାଶ ଯେ, କଟକର ୩ ଜଣ ବ୍ୟକ୍ତି କାର୍(ଓଡି-୦୫ଡବ୍ଲ୍ୟୁ-୯୭୯୭)ରେ କେନ୍ଦୁଝରରୁ ଫେରୁଥିବା ସମୟରେ ରାତି ପ୍ରାୟ ୧ଟାରେ ଦୁର୍ଘଟଣା ହୋଇଥିଲା। ଝାଟିଆପଡ଼ା ପୋଲ ଉପରୁ କାର୍‌ଟି ପ୍ରାୟ ୧୫ ଫୁଟ୍ ତଳ କୁଆଁରିଆ ନାଳକୁ ଖସି ପଡ଼ିଥିଲା। ଏଥିରେ ଚାଳକଙ୍କ ସମେତ ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଧର୍ମଶାଳା ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ତେବେ ଏହି ଦୁର୍ଘଟଣାରେ ମାନଭଞ୍ଜନଙ୍କର ମୃତ୍ୟୁ ହୋଇଥିବା ଦମକଳ ବାହିନୀ କର୍ମଚାରୀ ସୂଚନା ଦେଇଛନ୍ତି।