କବାଟବନ୍ଧ: ଆସନ୍ତା ରକ୍ଷା ବନ୍ଧନ ପାଇଁ ଜେନାପୁର ଅଞ୍ଚଳର ଶତାଧିକ କୁନିକୁନି ଛାତ୍ରଛାତ୍ରୀ ନିଜ ହାତ ତିଆରି ରାଖି ଯବାନଙ୍କ ନିକଟକୁ ପଠାଇଛନ୍ତି। ସଚେତନ ନାଗରିକ ମଞ୍ଚ ଯାଜପୁର ସହଯୋଗରେ ତୃତୀୟ ଥର ପାଇଁ ଏହି ରାଖି ଆର୍ମୀ ହେଡକ୍ବାର୍ଟର୍ସକୁ ପଠାଯାଇଛି। ଆଜି ଧର୍ମଶାଳା ବ୍ଲକ୍ ବୃନ୍ଦାଦେଇପୁରସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୩ଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ରାଖି ପ୍ରସ୍ତୁତ କରିଥିଲେ। ପରେ ଏହି ରାଖିକୁ କବାଟବନ୍ଧ ପୋଷ୍ଟ ମାଷ୍ଟର ଅରୁଣ କୁମାର ଦାସଙ୍କୁ ପ୍ରଦାନ କରାଯାଇଥିଲା। ଶ୍ରୀ ଦାସ ଏହି ରାଖିକୁ ସେନା ମୁଖ୍ୟାଳୟକୁ ପଠାଇଛନ୍ତି।
ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକାନ୍ତ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାଶ୍ରମର ପ୍ରଧାନ ଆଚାର୍ଯ୍ୟା ସୁଧାଂଶୁବାଳା ଶତପଥୀ, ମଳୟ କୁମାର ବଳ, ଲଳିତ ମୋହନ ଜଟ୍ଟ, ଆନନ୍ଦ ଚନ୍ଦ୍ର ପ୍ରଧାନ, ଯଶୋବନ୍ତ ସାହୁ, ସୌମ୍ୟରଂଜନ ସାହୁ, ତପନ କୁମାର ଦଳାଇ, ପ୍ରାଣକୃଷ୍ଣ ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/1662fed8-79c6-4f4f-bee1-59db1d50ad44.jpg)