ପାଲଟପୁରରେ ପାଇଖାନା ଘୋଟାଲା:୬୦୦ ହିତାଧିକାରୀଙ୍କୁ ମିଳିନି ଟଙ୍କା

ଦଶରଥପୁର : ଦଶରଥପୁର ବ୍ଲକ ପାଲଟପୁରରେ ହୋଇଛି ପାଇଖାନା ଘୋଟାଲା। ୬୦୦ ହିତାଧିକାରୀଙ୍କୁ ଏଯାଏ ମିଳିନି ଟଙ୍କା। ମିଥ୍ୟା କାର୍ଯ୍ୟାଦେଶ ବଣ୍ଟନ କରି ଏଭଳି କରାଯାଇଥିବା ଏବେ ସାମ୍ନାକୁ ଆସିଛି। ଏଭଳି ସାଂଘାତିକ ଠକେଇ ଘଟଣା ପଦାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ ଡିସେମ୍ବର ଅର୍ଥାତ ପଞ୍ଚାୟତ ନିର୍ବାଚନର ଅବ୍ୟହିତ ପୂର୍ବରୁ ବିଂଝାରପୁରର ଶାସକ ଦଳ ବିଧାୟିକା ପ୍ରମିଳା ମଲିକ ପାଲଟପୁର ପଞ୍ଚାାୟତ କଣ୍ଟିବାଙ୍କ ମଠ ପଡିଆରେ ସଭାକରି ଶୌଚାଳୟ ପାଇଁ କାଯ୍ୟର୍ାଦେଶ ବଣ୍ଟନ କରିଥିଲେ । ଏଥିରେ ବିବାଗୀୟ ଜେଇ ମନୋଜ ବେହେରା ଉପସ୍ଥିତ ରହି କାଯ୍ୟର୍ାକ୍ରମରେ ସହଯୋଗ କରୁଥିଲେ। ସଭାରେ ପାଲଟପୁର ପଞ୍ଚାୟତର ୬ ଶହ ପରିବାରକୁ ଶୌଚାଳୟ ପାଇଁ କାଯ୍ୟର୍ଦେଶ ବଣ୍ଟା ଯାଇଥିଲା। ୨୦୧୬ ଅଗଷ୍ଟ ୨୦ ତାରିଖ ଏଥିରେ ଉଲ୍ଲେଖ ରହିଛି। ତେବେ ଦେଢ ବର୍ଷ ବିତିଯାଇଥିଲେ ମାତ୍ର ୧୭୦ଟି ଫାଇଲ ଖୋଲାଯାଇ ୫୩ଟି ଶୌଚାଳୟ ପୂର୍ଣ୍ଣାଙ୍ଗ ହୋଇଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଶୌଚାଳୟ ପାଇଁ ବ୍ଲକ ଅଫିସରେ ଫାଇଲ ଖୋଲାଯିବା ପରେ କାଯ୍ୟର୍ାଦେଶ ବଣ୍ଟନର ନିୟମ ରହିଛି । ଏଠାରେ ମାତ୍ର ୧୭୦ଟି ଫାଇଲ ଖୋଲାଯାଇଥିବା ବେଳେ ୬ ଶହ କାଯ୍ୟର୍ାଦେଶ କିପରି ବଣ୍ଟନ କରାଗଲା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଉଲ୍ଲେଖଯୋଗ୍ୟ ଏହି ଶୌଚାଳୟ କାଯ୍ୟର୍କୁ ତ୍ୱରାନ୍ଵିତ କରିବା ପାଇଁ ସରକାରୀ ନିୟମ ଅନୁଯାୟୀ ପ୍ରତି ପଞ୍ଚାୟତ ପରି ୫ ଜଣ ମୋଟିଭେଟର ନିଯୁକ୍ତି ପାଇଛନ୍ତି ।
ଗୋଟିଏ ଶୌଚାଳୟ ବାବଦରେ ଏମାନେ ୧୫୦ ଟଙ୍କା ପାଇବାର ବ୍ୟବସ୍ଥା ରହିଛି। ଏହାସତ୍ତ୍ୱେ ମଧ୍ୟ ଏଯାବତ୍‌ ୫୪୭ ଶୌଚାଳୟ ଏପଯ୍ୟର୍ନ୍ତ ଆରମ୍ଭ ହୋଇନଇହିଁ। ତୁରନ୍ତ ଏହି ଅନିୟମିତତା ବିରୋଧରେ ଦୃଢ କାଯ୍ୟର୍ାନୁଷ୍ଠାନ ନିଆଯାଉ ନଚେତ ଲୋକେ ରାସ୍ତାକୁ ଓହ୍ଲାଇବେ ବୋଲି ପାଲଟପୁର ବିକାଶ ମଂଚ ତରଫରୁ ସୁରେନ୍ଦ୍ର ପାତ୍ର, ସରୋଜ ସାହୁ, ନିରଂଜନ ମିଶ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଭରତଚନ୍ଦ୍ର ପରିଡା, ସରୋଜ ବିଶ୍ୱାଳ, କରୁଣା ଦଳାଇ, ପୂର୍ବତନ ସମିତିଭ୍ୟ ବିମଳ ମଲ୍ଲିକ, କ୍ଷୀରୋଦ ଶତପଥୀ, ବାଦଲ ନନ୍ଦ, ସଞ୍ଜୟ ପତି, ଈଶ୍ୱର ବେହେରା, ୱାର୍ଡ ସଭ୍ୟ ଯୁବରାଜ ମଲ୍ଲିକ, ରଂଜନ ମଲ୍ଲିକ, ଶମ୍ଭୁନାଥ ଜେନା, ସୁଦର୍ଶନ ମଲ୍ଲିକ, ଅନନ୍ତ କୁମାର ଦାସଙ୍କ ସମେତ ବହୁ ସଭ୍ୟ ଅଭିଯୋଗ ଆଣିଥିଲେ ।
ସୂଚନା ଥାଉକି ଗତ ୨୫/୯/୨୦୧୭ରିଖ ଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଣିରେ ଏହି ଅଭିଯୋଗ ଉଠିଥିବା ବେଳେ ଜିଲ୍ଲାପାଳ ସ୍ୱୀକାର କରିଥିଲେ ।
ଏବିଷୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମନୋଜ ବେହେରାଙ୍କୁ ପଚାରିବାରୁ ଉପରିସ୍ଥ ଅଧିକାରୀଙ୍କ ଚାପରେ କାଯ୍ୟର୍ାଦେଶ ବଣ୍ଟନ କରାଯାଇଥିଲା ବୋଲି କହିଛନ୍ତି । ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଏବେ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଚାଲିବା ସହିତ ଜନସାଧାରଣଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ସମ୍ବନ୍ଧିତ ଖବର