ଛତିଆ: ପ୍ରାଣୀ ଚିକିତ୍ସକ ନଥିବାରୁ ସ୍ଥାନୀୟ ଲୋକେ ବଡ଼ଚଣା ବ୍ଲକ୍ ଛତିଆସ୍ଥିତ ପ୍ରାଣୀ ଚିକିତ୍ସାଳୟରେ ତାଲା ପକାଇଛନ୍ତି। ଅଭିଯୋଗ ମୁତାବକ ସୋଲର ଗ୍ରାମର କଳିଙ୍ଗ ଓଝା ଓ ସ୍ଥାନୀୟ ଲୋକେ ଏକ ଅସୁସ୍ଥ ଷଣ୍ଢକୁ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପଚାରିବାରୁ ଚିକିତ୍ସାଧିକାରୀ ନାହାନ୍ତି ବୋଲି କହିଥିଲେ। ଚିକିତ୍ସକଙ୍କ ଫୋନ୍ ନମ୍ୱର ମାଗିବାରୁ କର୍ମଚାରୀ ଜଣଙ୍କ ମନାକରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ସ୍ଥାନୀୟ ଲୋକେ ପ୍ରାଣୀ ଚିକିତ୍ସାଳୟ ବାହାର ପଟୁ ତାଲା ପକାଇ ଦେଇଥିଲେ। ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଏହି ପ୍ରାଣୀ ଚିକିତ୍ସାଳୟ ଉପରେ ଛତିଆ, ସୋଲର, ଚମ୍ପାପୁର, ବୈରୀ, ପାରିଆ ଆଦି ପଞ୍ଚାୟତର ଗୋ-ଚାଷୀ ନିର୍ଭର କରିଥାନ୍ତି। ହେଲେ ଏଠାରେ ପ୍ରାଣୀ ଚିକିତ୍ସକ ଉପସ୍ଥିତ ରହୁ ନଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/HEeuGzHLRc6p1XYHJ621.png)