ଦଶରଥପୁର: ଦଶରଥପୁର ବ୍ଲକ ଦତ୍ତପୁର ପଞ୍ଚାୟତ ନାରାୟଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳିକୁ ପ୍ରତିବାଦ କରି ଦୁଇ ଦିନ ହେଲା ଧାରଣାରେ ବସିଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ।
ସୂଚନା ଅନୁଯାୟୀ, ଶୁକ୍ରବାରଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ୧୦୫ଜଣ ଛାତ୍ରଛାତ୍ରୀ ଥିବାବେଳେ ମାତ୍ର ୪ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ଏହା ଛାତ୍ରଛାତ୍ରୀଙ୍କ ତୁଳନାରେ କମ ସଂଖ୍ୟକ ଶିକ୍ଷକ ଥିବାବେଳେ ସେଥିରୁ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ। ତାଙ୍କ ସ୍ଥାନରେ ଅନ୍ୟ କାହାକୁ ନିଯୁକ୍ତି ଦିଆଯାଇନାହିଁ। ଆଗକୁ ବାର୍ଷିକ ପରୀକ୍ଷା ଥିବାବେଳେ ରାତିଅଧିଆ ଶିକ୍ଷକ ବଦଳି ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରଭାବିତ କରିବ ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ।
ଯଦି ଶିକ୍ଷକଙ୍କ ବଦଳିକୁ ବାତିଲ କରାନଯାଏ, ତେବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ ଗେଟରେ ତାଲା ପକାଇବା ସହ ଆନ୍ଦୋଳନ ଜାରି ରହିବ କହିଛନ୍ତି ଅଭିଭାବକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Untitled-32.png)