ଯାଜପୁର ଜିଲ୍ଳା ଗସ୍ତରେ ଆସି  ପୋଷ୍ୟ ସ୍କୁଲ ବୁଲିଲେ ଆର୍ ବାଲକ୍ରିଷ୍ଣନ୍  

ଯାଜପୁର: ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନକୁ ଗୁରୁତ୍ୱ ଦେଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍ ବାଳକ୍ରିଷ୍ଣନ୍  ଯାଜପୁର ଜିଲ୍ଲା ଗସ୍ତରେ  ଆସିଛନ୍ତି । ଏହି ଅବସରରେ ସେ ଯାଜପୁରର ସର୍ବପୁରାତନ ଯାଜପୁର ଜିଲ୍ଲା ସ୍କୁଲ ଓ  ଦଶରଥପୁର ବ୍ଳକର ମହତାବ ହାଇସ୍କୁଲ ଗସ୍ତ କରିଛନ୍ତି । ସେ ଏହି ଦୁଇଟି ସ୍କୁଲକୁ ମୋ ଅଭିଯାନରେ ପୋଷ୍ୟ ଭାବେ ଗ୍ରହଣ କରିଥିବା ବେଳେ କିପରି ସ୍କୁଲର ବିକାଶ ହୋଇପାରିବ ସେ ନେଇ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ୍ ସହ ଆଲୋଚନା କରିଛନ୍ତି । ଏହି  ଅବସରରେ ସ୍କୁଲର ପୁରାତନ ଛାତ୍ର ସଂଗଠନ, ଛାତ୍ରଛାତ୍ରୀ, ସ୍କୁଲ କର୍ମଚାରୀ ଓ ଅଭିଭାବକମାନଙ୍କ ସହ ସ୍କୁଲର ବିକାଶ ସଂପର୍କରେ ମତ ଲୋଡିଛନ୍ତି ।

ସମ୍ବନ୍ଧିତ ଖବର