ବଳାତ୍କାରୀକୁ ୭ ବର୍ଷ କାରାଦଣ୍ଡ

ଯାଜପୁରସଦର: ଜେନାପୁର ଥାନା ମଙ୍ଗରାଜପୁର ଗ୍ରାମରେ ଏକ ୧୪ ବର୍ଷର ନାବାଳିକାକୁ ତାଙ୍କ ପଡୋଶୀ ବିଦେଶୀ ମଲିକଙ୍କ ପୁଅ ଟୁନା ମଲିକ ବଳାତ୍କାର କରିବା ସଂପୃକ୍ତ ନାବାଳିକା ଗର୍ଭବତୀ ହୋଇଥିଲେ। ଏନେଇ ପରିବାର ଲୋକେ ବଡଚଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ ୪୫/୧୧ ଦଫା ୩୭୬ ୫୦୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରିଫ କରି କୋର୍ଟ ଚାଲାଣ କରିଥିଲେ। ଏହି ଘଟଣାରେ ଆଜି ଫାଷ୍ଟଟ୍ରାକ୍‌ କୋର୍ଟ ଜଜ୍‌ ସୁଷମା ସ୍ୱାଇଁ ଆସାମୀକୁ ୭ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ସହିତ ୧୧ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଅନାଦେୟ ୬ମାସ କାରାଦଣ୍ଡର ରାୟ ପ୍ରକାଶ କରିଛନ୍ତି। ସୂଚନା ଥାଉକି ଘରେ ପିତାମାତାଙ୍କ ଅନୁପସ୍ଥିତିରେ ଯୁବକ ଜଣକ ନାବାଳିକାକୁ ଡରାଇ ବଳାତ୍କାର କରିବା ପରେ ନାବାଳିକା ଜଣଙ୍କ ୪ ମାସର ଗର୍ଭବତୀ ହୋଇଥିଲେ। ମାତ୍ର ଦେହ ଖରାପ ହେବାରୁ ପରିବାର ଲୋକ ଡାକ୍ତରୀ ପରୀକ୍ଷା କରିବା ବରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରିବାର ଲୋକେ ଜାଣିବା ପରେ ବଡ଼ଚଣା ଥାନାରେ ଏତଲା ଦେଇଥିଲେ। ଜରିମାନା ମାମଲାକୁ ସରକାରଙ୍କ ପକ୍ଷରୁ ଆସୋସିଏଟ୍‌ ଆଡଭୋକେଟ୍‌ ଶୈଳେନ୍ଦ୍ର ସାମଲ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର