ଯାଜପୁର: ନବରାତ୍ରୀ ଅବସରରେ ଆଜିଠୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ରଥଯାତ୍ରା ଆରମ୍ଭ ହେବ। ଆଜି ଅପରାହ୍ଣରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ବଜ ରଥଯାତ୍ରା। ୯ ଦିନ ଧରି ରଥରେ ଚଢି ମନ୍ଦିର ପରିକ୍ରମା କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଆଶିଷ ପ୍ରଦାନ କରିବେ ମା' ଜଗତ ଜନନୀ। ଆଜିଠାରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ମାଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ।
ଏହି ୯ ଦିନ ଧରି ଶକ୍ତିବଲ୍ଲଭ ମନ୍ତ୍ରରେ ପୂଜା କରାଯିବା ସହ ମା ବିରଜାଙ୍କୁ ପ୍ରତ୍ୟେକ ଦିନ ବୈତରଣୀ ନଦୀ ଜଳରେ ସ୍ନାନ କରାଯିବାର ବିଧି ରହିଛି। ଅନ୍ୟପଟେ ମା'ଙ୍କ ରଥଯାତ୍ରାରେ ସାମିଲ ହେବା ସହ ସୁରୁଖରୁରେ ଦର୍ଶନ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/2982ade2-8598-46da-a29b-aedefb95bab7.jpg)
