ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ ମିଳିବା ପରେ ସେଠାକାର ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଛନ୍ତି, ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ଦଳରୁ କେହି ବିରୋଧ କରୁନାହାନ୍ତି, କିନ୍ତୁ ମୋତେ ଟିକେଟ ନମିଳିବାରୁ ଶୁଭେଚ୍ଛୁଙ୍କୁ ଆଘାତ ଲାଗିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ଅନ୍ୟ ଦଳରୁ ଅଫର୍ ମିଳିଥିଲେ ବି ୨୦୨୪ରେ ନିର୍ବାଚନ ଲଢ଼ିବେନି। ଏବେ ବି ସେ ବିଜେଡିରେ ଅଛନ୍ତି ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବର୍ଷା ପ୍ରିୟଦର୍ଶିନୀ ଗତ ୧୮ ତାରିଖ ଦିନ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିର ପ୍ରାଥମିକ ସଦସ୍ୟ ଭାବେ ଯୋଗ ଦେଇଥିଲେ। ଏହାପରେ ତାଙ୍କୁ ଦଳ ଯାଜପୁର ଜିଲ୍ଲା ବଡ଼ଚଣା ଆସନରୁ ପ୍ରାର୍ଥୀ ଘୋଷଣା କରିଥିଲା। ଫଳରେ ବିଧାୟକ ଅମର ଶତପଥୀଙ୍କ ଟିକେଟ କଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/a-a-4.jpg)