ଅବସରପ୍ରାପ୍ତ କର୍ମଚାରୀଙ୍କ ଧାରଣା

ଯାଜପୁରଟାଉନ: ବର୍ଦ୍ଧିତ ପେନ୍‌ସନ୍‌ ପ୍ରଦାନ କରା ନ ଯିବା ପ୍ରତିବାଦରେ ଆଜି ଜିଲ୍ଲାର ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଅବସରରେ ଜିଲ୍ଲା ସଂଘ ସଭାପତି ରବି ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ରାୟ, ସମ୍ପାଦକ ବିବେକାନନ୍ଦ ନାୟକ, ଉପଦେଷ୍ଟା ଅଭିରାମ ସାମଲ, ଅଭିମନ୍ୟୁ ରାଉତ ପ୍ରମୁଖ ଯୋଗଦେଇ ରାଜ୍ୟ ଅର୍ଥ ଓ ଗଣଶିକ୍ଷା ବିଭାଗର କାଳକ୍ଷେପଣ ନୀତି ତଥା ଷ୍ଟେଟ୍‌ ବ୍ୟାଙ୍କ୍‌ର ଅବହେଳା ଯୋଗୁ ହଜାରହଜାର ଅବସରପ୍ରାପ୍ତ କର୍ମଚାରୀ ବର୍ଦ୍ଧିତ ପେନ୍‌ସନ୍‌ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ। ସଭାରେ ଅଭିରାମ ସାମଲ, ସୁରେନ୍ଦ୍ର ରାୟ, କୁଳମଣି ନାୟକ, ଅଶୋକ ଦାସ, ଦିଗମ୍ବର ସାହୁ, ଗୋବିନ୍ଦ ଚନ୍ଦ୍ର କର, କୈଳାସ ଚନ୍ଦ୍ର ବାରିକ ପ୍ରମୁଖ ସରକାରଙ୍କ ବୈମାତୃକ ନୀତିର ସମାଲୋଚନା କରିଥିଲେ। ଡିସେମ୍ବର ସୁଦ୍ଧା ବକେୟା ଅର୍ଥ ସହ ବର୍ଦ୍ଧିତ ପେନ୍‌ସନ୍‌ ନ ମିଳିଲେ ଭୁବନେଶ୍ୱରରେ ଜୋର୍‌ଦାର ଆନ୍ଦୋଳନ କରାଯିବ ବୋଲି ସମ୍ପାଦକ ବିବେକାନନ୍ଦ ନାୟକ ଚେତାବନୀ ଦେଇଥିଲେ। ଏହି ଅବସରରେ ଜିଲ୍ଲାସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର