ହାଟଡିହି: ହାଟଡିହି ବ୍ଲକର ବିଦ୍ୟାଧରପୁରଠାରୁ ଛେନାପଦି କେନାଲ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଗତ ୩ ବର୍ଷ ହେବ ଏହି କାମ ପାଇଁ ଅନୁଦାନ ଆସିଥିଲେ ହେଁ ମାତ୍ର ଅଧା କାର୍ଯ୍ୟ ହୋଇଛି। ତାହା ବି ପୁଣି ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ବିଦ୍ୟାଧରପୁର ଜଳ ସେଚନ ବିଭାଗ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଏଭଳି କାମ ଚାଲିଥିବା ଅଭିଯୋଗ ହେଉଛି।
ବିଦ୍ୟାଧରପୁରଠାରୁ ଆମ୍ବଗଡ଼ିଆ ଛକ ପର୍ଯ୍ୟନ୍ତ ମେଟାଲିଂ ଓ ମରାମତି କରାଯାଇନଥିବାରୁ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏହାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହେବାରୁ ବିଭାଗୀୟ ଯନ୍ତ୍ରୀଙ୍କ ଚାପରେ ପଟୁ ମିଶା ମୋରମ ପକାଇବାରୁ ରାସ୍ତାଟି କାଦୁଅମୟ ହୋଇଯାଇଛି। ଏହାଦ୍ବାରା ଦୁର୍ଘଟଣା ଘଟିବା ସହ ୪ ଚକିଆ ଗାଡ଼ି ଏଥିରେ ଯାଇପାରୁନି। ଏହି ରାସ୍ତା ଉପରେ ବାଲିବରେଇ, ବାଙ୍ଗୋର, ଧନୁର୍ଜୟପୁର, ପଢ଼ିଆରିପଲ୍ଲୀ, କେ ବାଲିପାଳ ଆଦି ପଞ୍ଚାୟତର ୩୦ରୁ ଅଧିକ ଗାଁର ଲୋକ ନିର୍ଭର କରୁଛନ୍ତି। ଉଲ୍ଲେଖଯୋଗ୍ୟ, ତିନିବର୍ଷ ପୂର୍ବେ ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର କରାଯାଇ ଏକ ଠିକାସଂସ୍ଥାକୁ କାମ ଦିଆଯାଇଥିଲା। ମାତ୍ର ଏହି ସଂସ୍ଥା ଅଧାପନ୍ତରିଆ ଭାବେ କାମକୁ ପକାଇ ଦେଇଛି। ବାରମ୍ବାର ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଉଥିଲେ ହେଁ ଜଳସଂପଦ ବିଭାଗ ନିରବଦ୍ରଷ୍ଟା ସାଜିଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରୁପା ସିଂ ପିଙ୍ଗୁଆଙ୍କୁ ପଚାରିବାରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି, ସେମାନେ ଯାହା ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।
୩ ବର୍ଷ ହେଲା ରାସ୍ତା କାମ ହେଉନି:ଜଳସଂପଦ ବିଭାଗ ନିରବଦ୍ରଷ୍ଟା
/sambad/media/post_attachments/wp-content/uploads/2018/10/jajpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)