ଜଳନ୍ଦା ଗ୍ରାମରେ ଡକାୟତି, ସୁନା ଗହଣା ଓ ଟଙ୍କା ଲୁଟ୍‌

ରଗଡ଼ି : କୋରେଇ ଥାନା ଅନ୍ତର୍ଗତ କନ୍ତୋର ପଞ୍ଚାୟତର ଜଳନ୍ଦା ଏବଂ ବ୍ରହ୍ମପୁର ଗ୍ରାମରୁ ବୁଧବାର ରାତିରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଅର୍ଥ ଚୋରି ହୋଇଛି । ଜଳନ୍ଦା ଗ୍ରାମର ଦିଲୀପ୍‌ କୁମାର ସାହୁଙ୍କ ଘରୁ ସୁନା ହାର, ମୁଦି, ମଙ୍ଗଳସୂତ୍ର ଓ ରୁପା ସାମଗ୍ରୀ ସମେତ ନଗଦ ୫ ହଜାର ଟଙ୍କା ଓ ବ୍ରହ୍ମପୁର ଗ୍ରାମର କୃଷ୍ଣ ଦାସଙ୍କ ଘରୁ ୪ଭରି ସୁନା ଅଳଙ୍କାର ଓ ରୂପା ସାମଗ୍ରୀ ସମେତ ଧାନବିକ୍ରି କରି ରଖାଯାଇଥିବା ନଗଦ ୧୫ ହଜାର ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଡକାୟତଙ୍କ ଆକ୍ରମଣରେ ପରିବାର ଲୋକ ଆହତ ହୋଇଛନ୍ତି । ସିଡିଘର କବାଟ ଭାଙ୍ଗି ଏହି ଚୋରି ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ୍‌ ଘଟଣା ସ୍ଥଳରେ ପହି ତଦନ୍ତ କରିଥିବାବେଳେ ଗୃହ ର୍କାଙ୍କ ଅଭିଯୋଗକ୍ରମେ ସନ୍ଦେହରେ ନିକଟସ୍ଥ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଆଣି ଥାନାରେ ଅଟକ ରଖି ପଚରା ଉଚରା କରିଛି । ଏଥିରେ ପରିବାର ଲୋକେ ଭୟଭୀତ ହୋଇପଡିଛନ୍ତି । ପୁଲିସ୍‌ ପକ୍ଷରୁ ଏଥିନେଇ ୧୩/୧୮ରେ ଏକ ମାମଲା ରୁଜ୍ଜୁ କରାଯାଇଛି ।

ସମ୍ବନ୍ଧିତ ଖବର