ଝାମ୍ପିନେଲେ ୩ଲକ୍ଷ

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଖଣିଅଞ୍ଚଳ ମୁଖ୍ୟରାସ୍ତାରେ ଜଣେ ଟ୍ରାନ୍ସପୋର୍ଟ କଂପାନି କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। ଟାଟା ୧ନଂ ପରିତ୍ୟକ୍ତ ଖଣି ପାଖ ପୋଲ ଉପରେ ୨ଟି ବାଇକ୍‌ରେ ଆସି ଦୁର୍ବୃତ୍ତ ୩ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଏହି ଯୁବକ ଜଣକ କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରିସ୍ଥିତ ‘ଦାସ ରୋଡ୍‌ ୱେଜ୍‌’ର କର୍ମଚାରୀ ବିଶ୍ୱଜିତ୍‌ ସ୍ୱାଇଁ(୨୩) ବୋଲି ଜଣାପଡ଼ିଛି। ସଟମକା-ମଙ୍ଗଳପୁର ସଡ଼କରେ ବାଇକ୍‌ ଚଳାଇ ସେ କାଳିଆପାଣି ଆସୁଥିବା ସମୟରେ ଲୁଟ୍‌ର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର