ଦଶରଥପୁର : ବାଲି ମାଫିଆଙ୍କ ଟାର୍ଗେଟ୍ରେ ଏବେ ବିଭିନ୍ନ ତହସିଲର ତହସିଲଦାର। ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ରଙ୍କୁ ବାଲି ମାଫିଆ ଧମକ ଦେବା ପରେ ବ୍ୟାସନଗର ତହସିଲଦାର ସପନକୁମାର ନନ୍ଦଙ୍କୁ ଆକ୍ରମଣ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଦଶରଥପୁର ତହସିଲଦାର ଶ୍ୱେତକୁମାର ଦାସଙ୍କୁ ବାଲି ମାଫିଆମାନେ ଠେଲାପେଲା କରିବା ସହ ବନ୍ଧୁକ ଦେଖାଇ ଜବତ ବାଲି ଗାଡ଼ି ଛଡ଼ାଇ ନେଇଛନ୍ତି। ତହଦିଲଦାର ଆଜି ମଙ୍ଗଳପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଜଣଙ୍କୁ ଉଠାଇ ଆଣିଛି। ଏ ସଂପର୍କରେ ମଂଗଳପୁର ଥାନାରେ ମାମଲା ରୁଜୁ ହୋଇଛି ।
ତହସିଲଦାରଙ୍କୁ ବାଲି ମାଫିଆଙ୍କ ଟାର୍ଗେଟ୍ : ବନ୍ଧୁକ ଦେଖାଇ ଛଡ଼ାଇ ନେଲେ ବାଲିଗାଡ଼ି
/sambad/media/post_attachments/wp-content/uploads/2018/03/gun-final.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)