ବାରବାଟୀ : ରସୁଲପୁର ତହସିଲ୍ ଅଧୀନସ୍ଥ ବ୍ରାହ୍ମଣୀ ନଦୀର ବାରବାଟୀ ମୌଜାର ନଦୀ ଶଯ୍ୟାରୁ ପ୍ରତିଦିନ ଶହଶହ ଟି୍ରପ୍ ବାଲି ମେସିନ୍ରେ ଖୋଳାଯାଇ ବିକ୍ରି କରାଯାଉଛି। ଏହାର ପ୍ରତିବାଦ କରି ସ୍ଥାନୀୟ ଲୋକେ ଓ ନୀଳଚକ୍ର ନିର୍ମାଣ ଶ୍ରମିକ ସଂଘ ରସୁଲପୁର ତହସିଲ୍ଦାରଙ୍କ ନିକଟରେ ଅଭିଯୋଗ କରିଛି। ଏହି ବେଆଇନ୍ ବାଲି ଉତ୍ତୋଳନକୁ ବନ୍ଦ କରିବା ସହ ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ସୂଚନା ଅନୁଯାୟୀ କଷପା ରାଜସ୍ୱ ସର୍କଲ୍ର ଦୁର୍ଗାପୁର କୁଦ-୧ ଓ କୁଦ-୨ ଦୁଇଟି ଘାଟରୁ ବାଲି ଉତ୍ତୋଳନ ପାଇଁ ରାଜସ୍ୱ ବିଭାଗ ଅନୁମତି ଦେଇଛି। ହେଲେ ନିଲାମ୍ଧାରୀ ସେହି ଅଞ୍ଚଳ ସହିତ ଆଖପାଖ ଅଞ୍ଚଳରୁ ଅନୁମତି ଠାରୁ ବହୁ ଅଧିକ ବାଲି ଉଠାଉଛନ୍ତି। ମେସିନ୍ ଲଗାଇ ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ବାଲି ଉଠାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପରିବେଶ ପ୍ରତି ବିପଦ ସୃଷ୍ଟି ହେଉଥିବା ବେଳେ ସରକାର ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି। ଏହି ବେଆଇନ୍ କାର୍ଯ୍ୟରେ କେତେକ ରାଜସ୍ୱ କର୍ମଚାରୀ ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ ହେଉଛି। ରସୁଲପୁର ତହସିଲ୍ଦାର ଏଥିପ୍ରତି ଦୃଷ୍ଟି ଦେଇ ଏହି ବେଆଇନ୍ କାରବାରକୁ ବନ୍ଦ କରିବା ସହ ବାଲି ମାଫିଆମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମିକ ସଂଗଠନର ସମ୍ପାଦକ ଧୀରେନ୍ଦ୍ର ନାୟକ ଦାବି କରିଛନ୍ତି। ନହେଲେ ଜନ ଆନ୍ଦୋଳନ ହେବ ବୋଲି ଶ୍ରମିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ବାଲି ଉତ୍ତୋଳନ ବନ୍ଦ ପାଇଁ ଶ୍ରମିକ ସଂଘର ଦାବି
/sambad/media/post_attachments/wp-content/uploads/2018/04/jaj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)