ଓଡ଼ିଶା ଟେନିସ କ୍ରିକେଟ ଟିମରେ ସ୍ଥାନ ପାଇଥିବା ଶିବ ସୁନ୍ଦର ଦାସଙ୍କୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧନା

ଯାଜପୁର: ଓଡ଼ିଶା ଟେନିସ କ୍ରିକେଟ ଟିମରେ ସ୍ଥାନ ପାଇଥିବା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାରବାଟୀ ଗ୍ରାମର ଶିବ ସୁନ୍ଦର ଦାସଙ୍କୁ ମଙ୍ଗଳବାର ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ତରଫରୁ ପୁଷ୍ପ ଗୁଚ୍ଛ ସହ ୧୫୦୦୦ ଟଙ୍କାର ଅର୍ଥ ରାଶି ଦେଇ ସମ୍ବୋର୍ଦ୍ଧିତ କରାଯାଇଛି।

ଶିବ ସୁନ୍ଦର  ଜଣେ ଦ୍ରୁତତମ ବୋଲର ଭାବରେ ଜଣାଶୁଣା। ସେ ପୂର୍ବରୁ ସିକେ ନାୟୁଡ଼ ଟ୍ରଫି ଜିତି ସାରିଛନ୍ତି। ଗତମାସରେ ଯାଜପୁର ଜିଲ୍ଲା ଟିମରେ କଳାହାଣ୍ଡି କପ ଖେଳି ଅଞ୍ଚଳ ପାଇଁ ଗୌରବ ଆଣିଥିଲେ। ତେବେ ପୁର୍ନବାର ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରର ଜଟଣୀଠାରେ ଅନୁଷ୍ଠିତ ହେବାକୁ ଥିବା ୪ର୍ଥ ଫେଡେରସନ କପ ଟେନିସ କ୍ରିକେଟ ମ୍ୟାଚ ପାଇଁ ସେ ଓଡ଼ିଶା ଦଳ ତରଫରୁ ଖେଳିବା ପାଇଁ ମନୋନୀତ ହୋଇଛନ୍ତି।

ଏହି ଖେଳ ଓଡିଶା ରାଜ୍ୟ ଟେନିସ କ୍ରିକେଟ ଆସୋସିଏସନ ପକ୍ଷରୁ ଚଳିତ ମାସ ୨୬ ତାରିଖ ରେ ଜଟଣୀସ୍ଥିତ ସେଞ୍ଚୁରିଆନ ୟୁନଭରସିଟି ଗ୍ରାଉଣ୍ଡରେ ଖେଳିବେ। ସେ ଆଗକୁ ବହୁତ ଭଲ ଖେଳି ଅନ୍ତର୍ଜାତୀୟ ସ୍ତରରେ ଖେଳିବେ ବୋଲି ଆଶା ରଖିଛନ୍ତି। ତାଙ୍କୁ ଆଗକୁ ଯିବା ପାଇଁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ତାଙ୍କ ସହ ଅଛି ବୋଲି ଟ୍ରଷ୍ଟ ସମ୍ପାଦକ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର