ଯାଜପୁର: ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ଅନ୍ତର୍ଗତ ପ୍ରୀତିପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରୀତିପୁର ବଜାରରେ ରୁପା ଗହଣା ଦୋକାନ କରିଥିବା ବିତନା ଗ୍ରାମର ମଦନମୋହନ ସାହୁ (୫୫) ଗତକାଲି ରାତି ୧୦ଟାରେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ ବିତନା ହାଟ ନିକଟରେ ଏକ ଗ୍ଲାମର ଗାଡିରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଆକ୍ରମଣ କରିବା ପରେ ମଦନମୋହନ ଚିତ୍କାର କରିବାରୁ ନିକଟରେ ଥିବା ଏକ ଘରୁ ଲୋକ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି। ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଖବର ପାଇ ଅଳକୁଣ୍ଡ ଫାଣ୍ଡି ଅଧିକାରୀ ଗଣେଶ ଚନ୍ଦ୍ର ଘଡ଼ାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ପୁଲିସ ଏକ ମୋବାଇଲ ଜବତ କରିଛି।
ଯାଜପୁର: ହାଟ ନିକଟରେ ଗହଣା ଦୋକାନିଙ୍କୁ ଆକ୍ରମଣ
/sambad/media/post_attachments/wp-content/uploads/2021/02/b3c9cdfa-52e4-40a3-b716-31b98ee475fa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)