ବିଭିନ୍ନ ସ୍ଥାନରୁ ସାପ ଉଦ୍ଧାର, ଲୋକେ ଆତଙ୍କିତ

ବ୍ୟାସନଗର : ବ୍ୟାସନଗର ସହରର ବିଭିନ୍ନ ଅଞ୍ଚଳରୁ ଆଜି କେତେ ଗୁଡ଼ିଏ ବିଷଧର ସାପ ଉଦ୍ଧାର କରାଯାଇଥିଲା। ସାପ ବାହାରିବାକୁ ‌ନେଇ ସାଧାରଣରେ ଆତଙ୍କ ଖେଳିଯାଇଥିଲା। ସାପ ଧରାଳି ମଣିଭଦ୍ର ମଲ୍ଲିକ ପହଞ୍ଚି ବିଷଧର ସାପଗୁଡ଼ିକୁ ଧରି ବ୍ୟାସସରୋବର ଜଙ୍ଗଲରେ ଛାଡ଼ି ଦେଇଥିଲେ। ଚୋରଦା ଗ୍ରାମର ରମାକାନ୍ତ ପୁହାଣଙ୍କ ଘରୁ ଗୋଟିଏ ୬ ଫୁଟ୍‌ ଲମ୍ବର ନାଗସାପ ଉଦ୍ଧାର କରାଯାଇଥିବା ବେଳେ ସାପଗଡ଼ିଆର ବ୍ରହ୍ମାନନ୍ଦ ପ୍ରଧାନଙ୍କ ଘରୁ ଗୋଟିଏ ବଡ଼ ତମ୍ପ ସାପକୁ ଉଦ୍ଧାର କରାଯାଇଥିଲା। ସେହିପରି ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନାକଣା ଗ୍ରାମର ଅଜୟ ସ୍ୱାଇଁଙ୍କ ଘରୁ ଗୋଟିଏ ନାଗସାପ ଉଦ୍ଧାର କରାଯାଇଛି। ସେହିପରି ୧୨ ନମ୍ବର ୱାର୍ଡ ଭଟିଆ ସ୍କୁଲ୍‌ ନିକଟରେ ଥିବା ଏକ ପୁରୁଣା ଘରୁ ଗୋଟିଏ ନାଗସାପକୁ ଉଦ୍ଧାର କରାଯାଇଥିଲା। ବ୍ୟାସନଗର ସମେତ ଆଖପାଖ ଅଞ୍ଚଳରେ ସାପ ବାହାରିଲେ ଲୋକମାନେ ମଣିଭଦ୍ର ମଲ୍ଲିକଙ୍କୁ ଖବର ଦିଅନ୍ତି। ମଣିଭଦ୍ର ମଧ୍ୟ ବିଭିନ୍ନ ସ୍ଥାନରେ ପହଞ୍ଚି ସାପ ଧରିବା ସହ ସେଗୁଡ଼ିକୁ ଜଙ୍ଗଲରେ ଛାଡ଼ି ଦେଇଥାନ୍ତି। କୌଣସି ଜନବସତିରେ ସାପ ଦେଖିଲେ ତାଙ୍କ ମୋବାଇଲ୍‌ ନମ୍ବର ୯୧୨୪୯୯୨୨୦୨ ରେ ଯୋଗାଯୋଗ କରିବାକୁ ମଣିଭଦ୍ର ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର