ଯଖପୁରା: ଯଖପୁରା ଗ୍ରାମର ସତ୍ୟଭାମା ନାୟକଙ୍କ ବେକରୁ ସୁନାଚେନ୍ ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଜଣ ଫେରାର୍ ହୋଇଯାଇଛନ୍ତି। ଯଖପୁରା ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସତ୍ୟଭାମା ନାୟକ ଯଖପୁରା ଜଗନ୍ନାଥ ମନ୍ଦିରରୁ ଫେରୁଥିବା ବେଳେ ତିନି ଜଣ ଯୁବକ ଏକ ୟମାହା ମଟର ସାଇକେଲ୍ରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇ ଫେରାର ବେଳେ କିଛି ଯୁବକ ସେମାନଙ୍କ ମଧ୍ୟରୁ ଶ୍ରୀକାନ୍ତ ଧଳ (୨୨) ନାମକ ଯୁବକକୁ ଧରି ଯଖପୁରା ପୁଲିସ୍କୁ ହସ୍ତାନ୍ତର କରିଥିଲେ। ଶ୍ରୀକାନ୍ତଙ୍କ ଘର ନିହଲ ପ୍ରସାଦ ଗ୍ରାମରେ ବୋଲି ଜଣା ପଡ଼ିଛି। ସତ୍ୟଭାମାଙ୍କ ପୁଅ ମନୋଜ ନାୟକଙ୍କ ଅଭିଯୋଗକୁ ଭିତ୍ତି କରି ଯଖପୁରା ଥାନାରେ ମାମଲା ୯/୧୮ରେ ଧାରା ୩୯୨ରେ ଶ୍ରୀକାନ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଦୁଇ ଜଣ ଲୁଟେରା ଚେନ୍ ନେଇ ଫେରାର୍ ହୋଇଯାଇଛନ୍ତି।
ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍: ଜଣେ ଗିରଫ, ୨ ଫେରାର୍
/sambad/media/post_attachments/wp-content/uploads/2018/01/chain-snatchers.jpg)