ଯାଜପୁର: ଜମିବାଡ଼ି ବିବାଦରୁ ମା’କୁ କାଠଫାଳିଆର ଆକ୍ରମଣ କଲା ପୁଅ

ଯାଜପୁର: ଜମିବାଡ଼ିକୁ କେନ୍ଦ୍ର କରି ଜଣେ ପୁଅ ରବିବାର ମା’କୁ କାଠଫାଳିଆରେ ଆକ୍ରମଣ କରିଛି। ଗୁରୁତର ମା’କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଯାଜପୁର ଜିଲ୍ଲାର କୋରେଇ ଥାନା ଅନ୍ତର୍ଗତ ଚଢ଼େଇପାଟିଆ ଗାଁରେ ଉନ୍ମତ ଯୁବକ ଜମିବାଡ଼ିକୁ କରି ଘରେ ଗଣ୍ଡଗୋଳ କରିଥିଲା। ଏଥିରେ ମା’ ଯୁକ୍ତି କରିବାରୁ ଯୁବକ ଜଣକ ଉତ୍ତେଜିତ ହୋଇ କାଠଫାଳିଆରେ ଆକ୍ରମଣ କରିଥିଲା। ପୁଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର